Categories: ଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଖେଳାଳିଙ୍କୁ ଦିଆଯିବ ଭିଜା : ବିସିସିଆଇ

ନୂଆଦିଲ୍ଲୀ,୧।୪: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ଆଇସିସି ଇଭେଣ୍ଟ ଲାଗି ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଆଶ୍ୱାସନା ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ ପାଇଁ ବିସିସିଆଇ ନିକଟରେ ଅନୁରୋଧ କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ଏହାପରେ ପିସିବି ଆଇସିସିର ଦ୍ୱାରସ୍ତ ହୋଇଥିଲା। ଆସନ୍ତା ମାସରେ ଏହି ବିବାଦର ସମାଧାନ ହୋଇପାରେ ବୋଲି ଏକ ବୈଠକରେ ବିସିସିଆଇ ପକ୍ଷରୁ କୁହାଯାଇଛି। ଆଉ ଆଇସିସି ଓ ବିସିସିଆଇ ମଧ୍ୟରେ ବିଶ୍ୱକପ୍‌ ଇଭେଣ୍ଟ ଆୟୋଜନବେଳେ ଟ୍ୟାକ୍ସ ଛାଡ଼କୁ ନେଇ ଚାଲିଥିବାର ସମାଧାନ ମଧ୍ୟ ପରବର୍ତ୍ତୀ ମାସରେ ହୋଇପାରେ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ।

Share