Categories: ଖେଳ

ବିସିସିଆଇର ବାର୍ଷିକ ଚୁକ୍ତିନାମା ଘୋଷଣା: ଉପରକୁ ଉଠିଲେ ଜାଡେଜା, ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୩: ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ବିସିସିଆଇ ଘୋଷଣା କରିଛି। ଚାରି ଖେଳାଳିଙ୍କୁ ଏ+ ଗ୍ରେଡରେ ସ୍ଥାନିତ କରାଯାଇଛି। ଏଥି ସହିତ ପାଞ୍ଚ ଜଣ ଖେଳାଳିଙ୍କୁ ଏ ଗ୍ରେଡରେ ରଖାଯାଇଛି। ୬ ଜଣ ଖେଳାଳି ବି ଗ୍ରେଡ ଏବଂ ୧୧ ଖେଳାଳି ସି ଗ୍ରେଡରେ ଅଛନ୍ତି।

ଏଥର କେବଳ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏ + ଗ୍ରେଡରେ ରଖାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ରିଷଭ ପନ୍ତ ଏବଂ ଅକ୍ଷର ପଟେଲଙ୍କୁ ଏ ଗ୍ରେଡରେ ରଖାଯାଇଛି। ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ ବି ଗ୍ରେଡରେ ଅଛନ୍ତି। ସେହିପରି ଉମେଶ ଯାଦବ, ଶିଖର ଧାୱନ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେ.ଏସ ଭରତ ସି ଗ୍ରେଡ୍‌ରେ ଅଛନ୍ତି।
ରବିନ୍ଦ୍ର ଜାଡେଜା ପୂର୍ବରୁ ଏ ଗ୍ରେଡରେ ଥିଲେ, ଏବେ ତାଙ୍କୁ ଏ + ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ସି ଗ୍ରେଡରେ ଥିଲେ ଏବଂ ଏଥର ତାଙ୍କୁ ଏ ଗ୍ରେଡରେ ରଖାଯାଇଛି। ଅକ୍ଷର ପଟେଲଙ୍କୁ ବି ଗ୍ରେଡରୁ ଏ ଗ୍ରେଡକୁ ଅଣାଯାଇଛି। ଲୋକେଶ ରାହୁଲଙ୍କୁ ଏ ରୁ ବି ଗ୍ରେଡକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ସୂର୍ଯ୍ୟକୁମାର ଯାଦବ ଏବଂ ଶୁବମାନ ଗିଲଙ୍କୁ ସି ରୁ ବି ଗ୍ରେଡକୁ ଅଣାଯାଇଛି। ଶାର୍ଦ୍ଦୁଲ ଠାକୁର ବି ରୁ ସି ଗ୍ରେଡକୁ ଯାଇଛନ୍ତି। ଅଜିଙ୍କେ ରାହାନେ ଏବଂ ଇଶାନ୍ତ ଶର୍ମା ପୂର୍ବରୁ ବି ଶ୍ରେଣୀରେ ଥିଲେ। ଏଥର ଉଭୟ କେନ୍ଦ୍ରୀୟ ଚୁକ୍ତିରୁ ଓହରି ଯାଇଛନ୍ତି। ଇଶାନ କିଶନ, ଦୀପକ ହୁଡା, କୁଲଦୀପ ଯାଦବ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେ.ଏସ ଭରତ ଏହା ପୂର୍ବରୁ କେନ୍ଦ୍ରୀୟ ଚୁକ୍ତିନାମାର ଅଂଶ ନଥିଲେ। ଏହି ଖେଳାଳିମାନଙ୍କୁ ଏଥର ସି ଗ୍ରେଡ ଚୁକ୍ତିନାମା ଦିଆଯାଇଛି। ଏଥି ସହିତ ଭୁବନେଶ୍ୱର କୁମାର, ହନୁମା ବିହାରୀ, ରିଦ୍ଧିମାନ ସାହା, ମୟଙ୍କ ଅଗ୍ରୱାଲ ଏବଂ ଦୀପକ ଚହର ପୂର୍ବରୁ ସି ଗ୍ରେଡରେ ଥିଲେ, ଯେଉଁମାନେ ଏଥର ଚୁକ୍ତିନାମାରୁ ବଞ୍ଚିତ ହୋଇଛନ୍ତି।

Share