Categories: ଖେଳ

ଅଷ୍ଟ୍ରେଲିଆ ସିରିଜ ଲାଗି ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଏହି ୪ ଖେଳାଳି…

ନୂଆଦିଲ୍ଲୀ,୪।୨: ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସିରିଜ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଖେଳାଳି ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଅଭ୍ୟାସ କରୁଛନ୍ତି। ତେବେ ଏହି ସିରିଜ ପୂର୍ବରୁ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି। ତଦନୁଯାୟୀ ୪ଜଣ ଖେଳାଳିଙ୍କୁ ଦଳ ସହ ଯୋଡ଼ାଯାଇଛି।

ରିପୋର୍ଟ ମୁତାବକ, ବିସିସିଆଇ ଓ୍ବାଶିଂଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର ଏବଂ ରାହୁଲ ଚହର ଭାରତୀୟ ଟିମ୍‌ ସହ ଯୋଡ଼ି ହୋଇଛନ୍ତି। ସମସ୍ତେ ନେଟ୍‌ ବୋଲର ଭାବେ ପୁରା ସିରିଜ ଲାଗି ଦଳ ସହ ରହିବେ।

ତେବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଗୋଟିଏ ପଟେ ଅଷ୍ଟ୍ରେଲିଆ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିବାକୁ ଯୋଜନା କରୁଥିବା ବେଳେ ଅପରପକ୍ଷେ ଭାରତୀୟ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ଲକ୍ଷ୍ୟରେ ପ୍ରସ୍ତୁତି ଜୋରଦାର କରିଛି।

Share