ଶିଲଂ,୪।୧୦: ମେଘାଳୟର ନୂତନ ରାଜ୍ୟପାଳ ଭାବେ ବିଡି ମିଶ୍ର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ଭାରତୀୟ ସେନା ବ୍ରିଗେଡିୟର୍ ମିଶ୍ର ୨୦୧୭ରୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କୁ ପଡୋଶୀ ରାଜ୍ୟ ମେଘାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶପଥ ଗ୍ରହଣ ସମାରୋହରେ ବିଧାନସଭା ବାଚସ୍ପତି ମେଟବା ଲିଙ୍ଗଡୋହ ଏବଂ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ କନରଡ କେ ସାଙ୍ଗମା ନୂତନ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି।
ମେଘାଳୟ ରାଜ୍ୟପାଳ ଭାବେ ସତ୍ୟ ପାଲ ମଲିକଙ୍କ କାର୍ଯ୍ୟକାଳ ଗତ ଅକ୍ଟୋବର ୩ରେ ୋଷ ହୋଇଥିଲା। ସତ୍ୟ ପାଲଙ୍କ କାର୍ଯ୍ୟକାଳ ଆଉ ବଢାଇ ଯାଇ ନ ଥିଲା।