୫୦ ଦୋକାନ ଭାଙ୍ଗିଲା ବିଡିଏ

ଫୁଲନଖରା,୨୩।୯(ଡି.ଏନ.ଏ): ବିଏମ୍‌ସି ୪ ନମ୍ବର ୱାର୍ଡସ୍ଥିତ ନଖରା ମୌଜାର ଫୁଲନଖରା ଡିଷ୍ଟ୍ରିବୁଟାରୀ କେନାଲ ପାର୍ଶ୍ୱ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନଗୁଡ଼ିକ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକିୟାରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ-୨ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଇନ୍ସପେକ୍ଟର ପି.କେ. ଜେନା, କେ.କେ. ରାଉତରାୟ, ନଖରା ଆରଆଇ ମଧୁସ୍ମିତା ମହାରଣା, ସୁପର ଭାଇଜର ବସନ୍ତ କୁମାର ବେହେରା, ପାହାଳ ଥାନା ଅଧିକାରୀ ସୁଚିତ୍ରା ପରିଡ଼ାଙ୍କ ଉପସ୍ଥିତିରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ। ଉଚ୍ଛେଦ ବେଳେ ପ୍ରାୟ ୫୦ରୁ ଊଦ୍ଧର୍‌ବ ଦୋକାନ ଗୃହ ଭଙ୍ଗା ଯାଇଛି।
ମିଳିଥିବା ସୂଚନା ମୁତାବକ, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଫୁଲନଖରା ଡିଷ୍ଟ୍ରିବ୍ୟୁଟାରୀ କେନାଲ ପାର୍ଶରେ ଥିବା ଜଳ ସମ୍ପଦ ବିଭାଗ ପ୍ଲଟ ନଂ.୧୨୭୯,୧୨୮୦/୨୦୧୩,୧୨୮୧, ୧୨୮୨ରେ ଥିବା ଦୋକାନଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଅନ୍ୟପକ୍ଷେ ଦୀର୍ଘ ଦିନ ଧରି
ପରିବାର ପ୍ରତିପୋଷଣ କରୁଥିବା ଦୋକାନୀମାନେ ତୁରନ୍ତ ଭେଣ୍ଡିଂ ଜୋନ କରି ଦୋକାନ ଗୃହ ଯୋଗାଇ ଦେବାକୁ ସରକାର ନିକଟରେ ଦାବି କରିଛନ୍ତି।

Share