ବିଡିଏ ଓ ବିଏମ୍‌ସିକୁ ବଡ଼ ଝଟ୍‌କା

ଭୁବନେଶ୍ୱର,୨୪।୮: ବିଡିଏ ଓ ବିଏମ୍‌ସିକୁ ଲାଗିଲା ଝଟ୍‌କା।। ସାଧାରଣ ପ୍ରଶାସନ ବିଭାଗ ବିଡିଏ ଓ ବିଏମ୍‌ସିକୁ ସ୍ପଷ୍ଟୀକରଣ ମାଗିଛି। ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ମଗାଯାଇଛି। କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଏମ୍‌ସି ଓ ବିଡିଏ ଠାରୁ ସ୍ପଷ୍ଟୀକରଣ ମାଗିଛି ବିଭାଗ।
ବିଭାଗର ବିନା ଅନୁମତିରେ  ସରକାରୀ ଜମି ପାଇଁ ସିକ୍ୟୁରୁଟି  ଜମାରାଶି ରଖି  ବିଲ୍ଡିଂ ପ୍ଲାନ ଅନୁମୋଦନ କରିଛି ସ୍ପଷ୍ଟୀକରଣରେ ଜଣାଅ ବୋଲି ଏଥିରେ କୁହାଯାଇଛି।
ଏ ନେଇ ସ୍ପଷ୍ଟୀକରଣ ମାଗିବାକୁ ଓଡ଼ିଶା ରଅଲ ଇଷ୍ଟେଟ ନିୟାମକ ପ୍ରାଧୀକରଣ ନିକଟରେ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରିଥିଲା। ଏ ନେଇ ବିଭାଗ ଉଭୟ ବିଏମ୍‌ସି ଏବଂ ବିଡିଏକୁ ନୋଟିସ ଜାରି କରିଛି।
Share