ବିଡିଏ ଅଫିସ୍‌ ୨ଦିନ ବନ୍ଦ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଫିସ୍‌କୁ ୨ଦିନ ପାଇଁ ବନ୍ଦ ରଖାଯାଇଛି। କିଛିଦିନ ପୂର୍ବରୁ ଜଣେ ସିକ୍ୟୁରିଟି ଗାର୍ଡ ଓ ନିକଟରେ ଇଞ୍ଜିନିୟରିଂ ବିଭାଗର ଜଣେ ପମ୍ପ ଚାଳକ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ବୁଧବାର ଓ ଗୁରୁବାର ଅଫିସ୍‌କୁ ବନ୍ଦ କରାଯାଇ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ବିଡିଏ ଅଫିସ୍‌ ସିଲ୍‌ ହୋଇଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସତ ନୁହେଁ। ଲୋକଙ୍କ ଗମନାଗମନରେ ରୋକ୍‌ ଲଗାଯାଇଛି ସତ, କିନ୍ତୁ ଅଫିସ୍‌ ବନ୍ଦ କରାଯାଇନାହିଁ। ଏହି ୪୮ ଘଣ୍ଟା ମଧ୍ୟରେ ୨ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଶୁକ୍ରବାରଠାରୁ ଇଞ୍ଜିନିୟରିଂ ଏବଂ ପ୍ଲାନିଂ ବିଭାଗର କର୍ମଚାରୀଙ୍କୁ ବାଦ୍‌ଦେଇ ଅନ୍ୟ ବିଭାଗର କର୍ମଚାରୀମାନେ ଅଫିସ୍‌ରେ କାମ କରିବେ।

Share