ବନ୍ଧୁଙ୍କ ପାଇଁ ଘର ବନ୍ଧା ପକାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ନାନା ପାଟେକର ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୧ ଜାନୁଆରୀ ୧ରେ ସେ ମହାରାଷ୍ଟ୍ରର ମୁରୁଦରେ ଜନ୍ମଗ୍ରଣ କରିଥିଲେ। ନାନା ପାଟେକର ମଧ୍ୟବିତ୍ତ ପରିବାରର। ଘରର ଅବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ପରେ ପିଲାବେଳେ ସେ ସ୍କୁଲଠାରୁ ୮ କିଲୋମିଟର ଦୂରରେ ଥିବା ଚୂନ ପଥରରେ କାମ କରୁଥିଲେ। ନାନା ପାଟେକର ତାଙ୍କ ପିଲାଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପିଲାଦିନରେ ସେ ତାଙ୍କର ୭ ଭାଇଙ୍କ ମଧ୍ୟରୁ ୫ ଜଣଙ୍କୁ ହରାଇଥିଲେ। ସେ ଥିଏଟରରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ କିନ୍ତୁ ଏଠାରେ ସେ ଏକ ଶୋ ପାଇଁ ୫୦ ଟଙ୍କା ପାଉଥିଲେ। ଦିନେ ମଞ୍ଚରେ ଅଭିନୟ କରୁଥିବାବେଳେ ପ୍ରସିଦ୍ଧ ଅଭିନେତ୍ରୀ ସ୍ମିତା ପାଟିଲ ସେଠାରେ ତାଙ୍କ ଶୋ ଦେଖିବାକୁ ଆସିଥିଲେ। ସ୍ମିତା ପାଟିଲ ନାନା ପାଟେକରଙ୍କ ଅଭିନୟରେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ବଲିଉଡରେ ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ନାନା ବଲିଉଡ ଫିଲ୍ମରେ ଏକାଠି କାମ କରିଥିଲେ। ନାନା ତାଙ୍କ ବନ୍ଧୁତା ପାଇଁ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ଥରେ ବନ୍ଧୁ ତଥା ନିର୍ଦ୍ଦେଶକ ଏନ ଚନ୍ଦ୍ରାଙ୍କୁ ସାହାଯ୍ୟ କରିବା ପାଇଁ ସେ ନିଜ ଘର ବନ୍ଧା ପକାଇଥିଲେ। ପରେ ଅବସ୍ଥା ସୁଧୁରିବା ପରେ ଏନ ଚନ୍ଦ୍ରା ତାଙ୍କ ଟଙ୍କା ଫେରସ୍ତ କରିଥିଲେ। ଏହା ସହିତ ଏକ ସ୍କୁଟର ଉପହାର ସ୍ବରୂପ ଦେଇଥିଲେ।

Share