ଦୁର୍ଗମ ଅଞ୍ଚଳରେ ବିଡିଓ: ସମସ୍ୟା ବୁଝିଲେ, ସମାଧାନର ପ୍ରତିଶୃତି ଦେଲେ

ରାଇକିଆ,୧୫।୩(ପ୍ରଦୀପ ବେହେରା): ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟର ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ – ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ଏଭଳି ଏକ ଦୁର୍ଗମ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଭେଟିଛନ୍ତି ରାଇକିଆ ବଡିଓ ସବ୍ୟସାଚୀ ସାହୁ । ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ। ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ । ଗାଁ ରେ ଏକାଧିକ ପିଲା ବିଦ୍ୟାଳୟରେ ନାମ ଲେଖେଇ ନ ପାରି ଅଧାରୁ ପାଠ ଛାଡୁଛନ୍ତି । ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ସମସ୍ତେ ନିର୍ଭରଶୀଳ । ଏ ସବୁ ସମସ୍ୟା ଭିତରେ ସବୁଠାରୁ ବଡ ଚାଲେଞ୍ଜ ଭାବେ ଦେଖାଦେଇଛି। ରାସ୍ତାକାମ ଅଧାପନ୍ତରିଆ ରହି ଯାଇ ଥିବାରୁ ଗାଆଁକୁ ଦୁଇ ଚକିଆ ଯାନ ମଧ୍ୟ ଯାଇ ପାରୁନାହିଁ । ୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ମାଟି ଓ କଚା ଘର । ରାସ୍ତା ନ ଥିବାରୁ ଘର ତିଆରି ସରଞ୍ଜାମ ଆଣିବାରେ ଅସୁବିଧା ଯୋଗୁ ଘର ତିଆରି କରିପାରୁ ନାହାନ୍ତି । ଗାଁ ରେ ଥିବା ଏକ ମାତ୍ର ଚୂଆ ଓ ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଖରା ଦିନେ ଝରଣା ସୁଖିଗଲେ ଦୁଇ କିମି ପାହାଡ ଚଢି ପାଣି ଆଣିବାକୁ ପଡୁଛି । ଏସବୁ ଭିତରେ ସାଧାରଣ ଜୀବନ ବିତାଇବା ପାଇଁ ସଙ୍ଘର୍ଷ କରୁଛନ୍ତି ଗ୍ରାମବାସୀ ।

ଏକ ସପ୍ତାହ ତଳେ ନୂତନ ବିଡିିଓ ଭାବେ ଯୋଗ ଦେଇ ଥିବା ସବ୍ୟସାଚୀ ସାହୁ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟାକୁ ବୁଝିବା ସହ ସ୍ଥାନୀୟ ଲୋକେ କିପରି ତ୍ୱରିତ ସେବା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗ୍ରାମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁଇଟି କୂପ ଖୋଳା ଯାଇଛି। ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେପରି ସମସ୍ତେ ଗୃହ ପାଇ ପାରିବେ ତାକୁ ପ୍ରାଥମିକତା ଭିତ୍ତିରେ କରାଯିବା ସହ ଅଧାପନ୍ତରିଆ ରାସ୍ତାକୁ ଜିଲା ପ୍ରଶାସନ ସହ ଆଲୋଚନା କରି ଯେପରି ଯାନ ବାହାନ ଚଳାଚଳ ଉପଯୋଗୀ ହୋଇପାରିବ ସେ ଦିଗରେ ପ୍ରାଥମିକତା ଦିଆଯିବ ବୋଲି ବିଡିଓ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ

ଛତ୍ରପୁର,୧୮।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ ଗଞ୍ଜାମ ଜିଲା ପକ୍ଷରୁ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ସମ୍ମୁଖରେ ୧୦ ଦଫା...

ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଖାଉଥିଲେ ଛାତ୍ରୀ: ଭୁଶୁଡ଼ିଲା ମାଟିକାନ୍ଥ, ଚାଲିଗଲା ଜୀବନ

ହାଟଡିହୀ,୧୮l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଖାଉଥିବା ସମୟରେ ମାଟିକାନ୍ଥ ଭୁଶୁଡି ପଡିବାରୁ ଗ୍ରାମର ବିଷ୍ଣୁ...

ପାରାଦୀପ ଓଡ଼ିଶାର ଅତ୍ୟନ୍ତ ପ୍ରଦୂଷିତ ଶିଳ୍ପାଞ୍ଚଳ: ସୃଷ୍ଟି କରୁଛି ଗୁରୁତର ସ୍ୱାସ୍ଥ୍ୟ ବିପଦ

ଭୁବନେଶ୍ୱର, ୧୮।୩: ବୃଦ୍ଧି ପାଉଥିବା ପ୍ରଦୂଷଣ ଲୋକମାନଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ଏହି କ୍ଷତ୍ରରେ ପାରାଦୀପ ଓଡ଼ିଶାର ଅତି ପ୍ରଦୂଷିତ ଶିଳ୍ପ...

ଜଙ୍ଗଲରେ ମାତିଛନ୍ତି ଶିକାରୀ ରାଜ୍ୟରେ ୩ ବର୍ଷରେ …

ଭୁବନେଶ୍ୱର,୧୪।୩: ଜଙ୍ଗଲରେ ମାତିଛନ୍ତି ଶିକାରୀ । ରାଜ୍ୟରେ ୩ ବର୍ଷରେ ୧୪ ବାଘ ଶିକାର। ଏଥି ମଧ୍ୟରୁ ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ...

‘ଆମା ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ୯୦,୬୨୪ ପ୍ରକଳ୍ପକୁ ମିଳିଛି ଅନୁମୋଦନ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର, ୧୮।୩: ‘ଆମା ଓଡ଼ିଶା ନବୀନ ଓଡ଼ିଶା’ (AONO) ଯୋଜନାରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହେବାକୁ ବାକି ଅଛି। ଓଡ଼ିଶା ପଞ୍ଚାୟତିରାଜ ଏବଂ...

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ା୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ...

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ : ସମର୍ଥ ବର୍ମାଙ୍କୁ ମିଳିଲା..

ଭୁବନେଶ୍ୱର,୧୪।୩: ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର DTET ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ୱବ ପ୍ରଦାନ କରିଛନ୍ତି। ଓଡ଼ିଶା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image