ଭିଜିଲାନ୍ସ ଜାଲରେ ବିଡ଼ିଓ

ବାଲେଶ୍ୱର ଅଫିସ,୧୮।୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍‌ କରିଛି। କଟକ ଡିଭିଜନର ୫ ଜଣ ଡିଏସ୍‌ପି ଏବଂ ୯ ଜଣ ଇନ୍ସପେକ୍ଟର ନେତୃତ୍ୱରେ ୫ଟି ଟିମ୍‌ ଗଠନ କରାଯାଇଛି। ଏହି ପାଞ୍ଚଟି ଟିମ୍‌ ଏକକାଳୀନ ୬ଟି ଜାଗାରେ ଚଢ଼ାଉ କରିଛନ୍ତି । କଟକରେ ତିନୋଟି ସ୍ଥାନରେ ଝିଙ୍କିରିଆ ସ୍ଥିତ ନିଜ ଘର , କଳାପଦା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଜଳେଶ୍ବର ବ୍ଲକ ଅଫିସ , ଜଳେଶ୍ବର ସରକାରୀ ବାସଭବନ,କଟକରେ ତାଙ୍କ ସ୍ତ୍ରୀ ରହୁଥିବା ଖପୁରିଆ ସ୍ଥିତ ବାସଭବନ , କେନ୍ଦ୍ରାପଡା ସ୍ଥିତ ଭୂଇଁପୁର ଗ୍ରାମରେ ଏକକାଳୀନ ଚଢ଼ାଉ ଜାରି ରହିଛି।

Share