
କର୍ଲାମୁଣ୍ଡା:୨୬।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। କର୍ଲାମୁଣ୍ଡା ସାଧାରଣ ପରେଡ଼ ପଡ଼ିଆରେ ଭାରପ୍ରାପ୍ତ ବିଡିଓ ଦେବେନ୍ଦ୍ର ସାମଲ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, କର୍ଲାମୁଣ୍ଡା ପଞ୍ଚାୟତ ସରପଞ୍ଚ ସ୍ବର୍ଣ୍ଣଲତା ସାହୁ ଯୋଗଦେଇ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଏପରିକି ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରୀଛାତ୍ରୀଙ୍କୁ ପୁରସ୍କାର କରିଥିଲେ। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ରିଟନ ନାଗ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବେଣୁଧର ନାଗ, ସରସ୍ବତୀ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ଶିଶୁମନ୍ଦିର ଭଉଣୀ, ଭାଇଙ୍କ ଦ୍ୱରା ବିଭିନ୍ନ ମହାପୁରୁଷଙ୍କ ବେଶରେ ସଜ୍ଜିତ ହୋଇଥିବା ଦୃଶ୍ୟ ବେଶ ପ୍ରସଂଶନୀୟ ହୋଇଥିଲା।