ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ

ଗୋବିନ୍ଦପାଲି,୩୧ା୭(କାର୍ତ୍ତିକ ରଥ): ପୂର୍ବରୁ କେବେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼େନାହିଁ। ଜଙ୍ଗଲ ଓ ପାହାଡ ଅଞ୍ଚଳ ସେମାନଙ୍କ ପାଇଁ ଅପହଞ୍ଚ ଇଲାକା। ଲଗାଣ ବର୍ଷାରେ ରାସ୍ତା ଘାଟ ଖାଲଖମାରେ ପୂରି ରହିଥିବା ବେଳେ ବୁଧବାର ଖଇରପୁଟ ବିଡିଓ ଉମା ଶଙ୍କର କୋୟା ଅପହଞ୍ଚ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାଲକାନଗିରି ଜିଲା ଖାଇରପୁଟ ବ୍ଲକ କଦମ୍ବଗୁଡା ପଞ୍ଚାୟତ ଚେପଲପଡ଼ା ଗ୍ରାମକୁ ୧୨ କି.ମି. ଟ୍ରାକ୍ଟର ଯୋଗେ ଯାଇ ବିଡିଓ କୋୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସେ ନିମ୍ନମାନର ରାସ୍ତା କାମ, ୩ ବର୍ଷ ହେବ ନିର୍ମଣାଧୀନ ଥିବା ସ୍କୁଲ ଗୃହ କାର୍ଯ୍ୟ, ବର୍ଷାରେ ପାଣି ପଶି ନଷ୍ଟ ହୋଇଯାଇଥିବା ଚାଷ ଜମି ଓ ଘର ଦ୍ବାର ବୁଲି ଦେଖିଥିଲେ। ଲୋକଙ୍କ ସହ ଆଲୋଚନା ବେଳେ ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଥିବା ଶୁଣି ଏକ ଟ୍ରାକ୍ଟର ଯୋଗେ ଚେପଲପଡାକୁ ଯାଇଥିଲେ। ସାଥିରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ଜିିଗିଡି,ପାନୀୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଭୀଷ୍ମ ମଲିକ ଓ ବ୍ଲକ ସହକାରୀ ଯନ୍ତ୍ରୀ ଥିଲେ। ବର୍ଷାରେ ଧୋଇ ନଷ୍ଟ ହୋଇଥିବା କଲଭର୍ଟ, ରାସ୍ତା କିପରି ତୁରନ୍ତ ନିର୍ମାଣ ହେବ ଏବଂ ନିର୍ମାଣାଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ସେନେଇ ଉପସ୍ଥିତ ଯନ୍ତ୍ରୀମାନଙ୍କ ସହ ବିଡିଓ କୋୟା ଆଲୋଚନା କରିଥିଲେ। ସ୍କୁଲକୁ ଯାଇ ୧୨ ଜଣ ପିଲା ଉପସ୍ଥିତ ଥିବା ଦେଖିଥିଲେ। ନିକଟସ୍ଥ ଏକ ପଡ଼ା ଗ୍ରାମର କୌଣସି ପିଲା ଆସି ନ ଥିବା ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଥିଲେ। ବର୍ଷା ଯୋଗୁ ପିଲାମାନେ ନାଳପାରି ହୋଇ ଯାଇପାରୁ ନ ଥିବା ଗ୍ରାମବାସୀ ବିଡିଓଙ୍କୁ ଜଣାଇଥିଲେ। ଶିକ୍ଷକମାନଙ୍କୁ ସ୍କୁଲ ସମସ୍ୟା ବିଷୟରେ ବିଡିଓ ପଚାରି ବୁଝିଥିଲେ। ସ୍କୁଲ ଭିତରେ ଠିକାଦାର ଦୀର୍ଘ ଦିନ ହେବ ରଖିଥିବା ନଷ୍ଟ ହୋଇଥିବା ସିମେଣ୍ଟ ବସ୍ତାଗୁଡ଼ିକ ବାହାର କରି ପିଲାଙ୍କ ଶିକ୍ଷଣ କାର୍ଯ୍ୟ କରିବାକୁ ବିଡିଓ ପରାମର୍ଶ ଦେଇଥିଲେ। ଢେମସାପଦର୍‌,ଚେପଲପଡ଼ା ଓ ବର୍‌ଗୁଡା ଗ୍ରାମରେ ବିଡିଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟି କାମର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ। ସୋଲାର ଚାଳିତ ପାଣି ଟ୍ୟାଙ୍କରୁ ପ୍ରତିକୂଳ ପାଗ ଯୋଗୁ ୧୫ ଦିନ ହେଲା ପାଣି ମିଳିପାରୁଥିବା ଗ୍ରାମବାସୀ ବିଡିଓଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡକୁ ଚଢ଼ିଗଲା ରାଗ: ସ୍ବାମୀଙ୍କୁ ଛାତରୁ ଠେଲିଦେଲେ ସ୍ତ୍ରୀ, ଭିଡିଓ ଦେଖିଲେ କହିବେ…

ଆଜିକାଲି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେଲେ ସାରା ଦୁନିଆ ଜାଣୁଛି ବା ଦେଖୁଛି। ଦିନ ଥିଲା ଏହି ଘଟଣାର ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିଲା।...

ଖେଳାଳି ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଫେରିଲେ ଷ୍ଟାର ବ୍ୟାଟର

ମୁମ୍ବାଇ,୨୧ା୪: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୋମବାର,୨୦୨୪-୨୫ ସିଜିନ୍ ପାଇଁ ସିନିୟର ପୁରୁଷ ଦଳ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଗତ...

KIA ମୋଟର ପ୍ଲାଣ୍ଟରୁ ନେଇଗଲେ ୯୦୦ ଇଞ୍ଜିନ, ୯ ଜଣ ଗିରଫ

ପେଣୁକୋଣ୍ଡା,୨୧।୪: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ...

ବଟେଶ୍ୱର ମନ୍ଦିର ଉନ୍ନୟନ ପାଇଁ ବିଡିଓଙ୍କୁ ଭେଟିଲେ ପ୍ରତିନିଧି ଦଳ

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠ। ଉକ୍ତ ଶୈବପୀଠର ଉନ୍ନତିକରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ...

ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ...

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image