ଗଙ୍ଗାବାଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ହେଉ

ପାରଳାଖେମୁଣ୍ଡି,୧୩।୨(ଡି.ଏନ୍‌.ଏ.): ରାଜ୍ୟ ଭାଜପାର ଏକ ଟିମ୍‌ ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବା ଗଙ୍ଗାବାଡ଼ ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଓଡ଼ିଶା ଲୋକଙ୍କୁ ଭୋଟଦାନ ପାଇଁ ମନାଉଥିବା ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବା ପରେ ସେମାନେ ଫେରି ଯାଇଥିଲେ। ଏହି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟା ରହିଥିବାରୁ ତୁରନ୍ତ ରାଜ୍ୟ ସରକାର କୋଟିଆ ଭଳି ଗଙ୍ଗାବାଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଦାବି କରିଛନ୍ତି।
ଶନିବାର ଆନ୍ଧ୍ରରେ ଦ୍ୱିତୀୟ ପର୍ଯ୍ୟୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଗଙ୍ଗାବାଡ଼ ପଞ୍ଚାୟତର କେତେକ ଗଁ। ଏଥିରେ ଭାଗ ନେଉଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିରୋଧୀ ଦଳ ନେତା ନାୟକଙ୍କ ନେତୃତ୍ୱରେ ଭାଜପାର ରାଜ୍ୟସ୍ତରୀୟ ଟିମ୍‌ ଶୁକ୍ରବାର ଗଙ୍ଗାବାଡ଼ ମାଣିକପାଟଣାରେ ପହଞ୍ଚତ୍ଥିଲେ। ସେତେବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ଗଁ।ରେ ପଶି ଲୋକଙ୍କୁ ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନାଉଥିଲେ। ଭାଜପା ଟିମ୍‌ ସେମାନଙ୍କୁ ଏହି ଅଞ୍ଚଳ ଆନ୍ଧ୍ରର ବୋଲି କ’ଣ ତଥ୍ୟପ୍ରମାଣ ଅଛି ମାଗିବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ମାତ୍ର ସେମାନେ ଉତ୍ତର ଦେଇ ନ ପାରିବାରୁ ଯୁକ୍ତିତର୍କ ହୋଇଥିଲା। ପରେ ସମ୍ପୃକ୍ତ ଅଧିକାରୀ ଚାଲି ଯାଇଥିଲେ। ଏହାପରେ ଗଜପତି ଉପଜିଲାପାଳ ଓ ରାୟଗଡ଼ ତହସିଲଦାର ପହଞ୍ଚତ୍ଥିଲେ।
ଆନ୍ଧ୍ରର ଏଭଳି ଅନୁପ୍ରବେଶ ଓ ଓଡ଼ିଶା ଲୋକଙ୍କୁ ପ୍ରଲୋଭିତ କରି ନିର୍ବାଚନରେ ସାମିଲ ପ୍ରୟାସକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ବୋଲି ରାଜ୍ୟ ଭାଜପା ସଭାପତି ମହାନ୍ତି କହିଥିଲେ। ଏଠାରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସ୍କୁଲ ଥିବାବେଳେ ଷଷ୍ଠ ପଢ଼ିବାକୁ ୧୨ କିଲୋମିଟର ଦୂର ଆନ୍ଧ୍ର ମଞ୍ଜୁସା ଯାଉଛନ୍ତି ଓଡ଼ିଆ ପିଲା। ଡାକ୍ତରଖାନା ନାହିଁ, ବିଦ୍ୟୁତ୍‌ ନାହିଁ, ଯଦ୍ଦ୍ବାରା ସେମାନଙ୍କୁ ଏହିସବୁ ସୁବିଧା ଦେଇ ଆନ୍ଧ୍ର ସରକାର ପ୍ରଲୋଭିତ କରୁଛି ବୋଲି ବକ୍ସିପାତ୍ର ଓ ମହାନ୍ତି କହିଥିଲେ। ଗଜପତି ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡା ପହଞ୍ଚତ୍ ଭାଜପା ଟିମ୍‌ ସହ ଆଲୋଚନା କରିଥିଲେ। ସପ୍ତାହେ ହେଲା ଲୋକଙ୍କ ସହ ଏନେଇ ଆଲୋଚନା ଚାଲିଛି, ଲୋକମାନେ ନିଜଆଡୁ ନିର୍ବାଚନରେ ସାମିଲ ହେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ସେ ବିରୋଧୀ ଦଳ ନେତାଙ୍କୁ ଅବଗତ କରାଇଥିଲେ। ଭାଜପା ଟିମ୍‌ ସହ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ସୁନୀଲ ମିଶ୍ର, ଡୁଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share