Categories: ଜାତୀୟ

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଡିପ୍‌ଫେକ୍‌ ପ୍ରସଙ୍ଗରେ ଚେତାବନୀ ଦେଲେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୁବଶୀଘ୍ର କରିବେ ସାକ୍ଷାତ

ନୂଆଦିଲ୍ଲୀ,୧୮ା୧୧: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଡିପ୍‌ଫେକ୍‌ ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି। ସାଉଥ୍‌ ବ୍ୟୁଟି ରଶ୍ମିକା ମନ୍ଦାନା, ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପରେ କାଜୋଲ ଦେବଗନଙ୍କ ଡିପ୍‌ଫେକ୍‌ ଭିଡିଓ ଅତ୍ୟାଧୁନିକ ଟେକ୍ନୋଲୋଜିର ନକାରାମତ୍କ ଦିଗକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଶନିବାର ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଡିପ୍‌ଫେକ୍‌ ରୋକିବାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକୁ ଡିପ୍‌ଫେକ୍‌ ନିୟନ୍ତ୍ରଣ କରିବାକୁ ପଡିବ। ଏହାବିନା ସରକାର କୌଣସି ପଦକ୍ଷେପ ନେଇପାରିବେ ନାହିଁ। ଭାରତୀୟ କୌଣସି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଜର ମାନଙ୍କ ଦ୍ୱାରା ପୋଷ୍ଟ ହୋଇଥିବା କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ନୁହନ୍ତି।

ଏହା ସହିତ ସେ କହିଛନ୍ତି, ନିକଟରେ କେନ୍ଦ୍ର ସରକାର ସମସ୍ତ ସୋସିଆଲ ମିଡ଼ିଆ କମ୍ପାନୀକୁ ଡିପ୍‌ଫେକ୍‌ ନିୟନ୍ତ୍ରଣ ପାଇଁ ଏବଂ ଏହାକୁ ପ୍ଲାଟଫର୍ମରୁ ହଟାଇବା ପାଇଁ ନୋଟିସ କରିଥିଲେ। ଏହି ନୋଟିସ ଉପରେ ପ୍ଲାଟଫର୍ମ ଗୁଡିକ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଏହି ଦିଗରେ ଆହୁରି କଠୋର ହେବାକୁ ଆମେ ସେମାନଙ୍କୁ କହିଚୁ ବୋଲି ମନ୍ତ୍ରୀ କହିଛନ୍ତି।

Share