Categories: ଜାତୀୟ

କେନ୍ଦ୍ରର ଗତିବିଧି ଉପରେ ରୁହନ୍ତୁ ସାବଧାନ: ଓଓ୍ବାଇସି

ନୂଆଦିଲ୍ଲୀ,୨।୧: ରାମ ମନ୍ଦିରର ଉଦଘାଟନ ଦିନ ଯେତିକି ପାଖେଇ ଆସୁଛି ରାଜନୈତିକ ବାକ୍‌ଯୁଦ୍ଧ ମଧ୍ୟ ବଢୁଛି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓୱାଇସି ମୁସଲିମ ସମ୍ପ୍ରଦାୟର ଯୁବକମାନଙ୍କୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ଦ୍ୱାରା କରାଯାଉଥିବା କାର୍ଯ୍ୟକଳାପରୁ ସାବଧାନ ରହିବାକୁ ନିବେଦନ କରିଛନ୍ତି।
ବାବ୍ରି ମସଜିଦ ବିଷୟରେ ଆସାଦୁଦ୍ଦିନ ଓୱାଇସି କହିଛନ୍ତି, ଗତ ୫୦୦ ବର୍ଷ ଧରି ଯେଉଁଠାରେ ପବିତ୍ର କୁରାନ ପଢାଯାଇଥିଲା ସେହି ସ୍ଥାନ ଆଉ ସେମାନଙ୍କ ହାତରେ ନାହିଁ। ଆମେ ଆମର ମସଜିଦ ହରାଇଛୁ ଏବଂ ସେଠାରେ କଣ କରାଯାଉଛି ଆପଣ ଦେଖୁଛନ୍ତି। ଦିଲ୍ଲୀର ସୁବର୍ଣ୍ଣ ମସଜିଦ (ଗୋଲଡେନ ମସଜିଦ) ସମେତ ଆହୁରି ତିନି-ଚାରିଟି ମସଜିଦ ବିଷୟରେ ଏକ ଷଡଯନ୍ତ୍ର ଚାଲିଛି। ବହୁ ବର୍ଷର ପରିଶ୍ରମ ପରେ ଆମେ ଆଜି ଆମର ସ୍ଥିତି ହାସଲ କରିଛୁ। ତେଣୁ ଯୁବ ମୁସଲମାନମାନଙ୍କୁ ଏହି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ। ସେମାନଙ୍କୁ ସଜାଗ ଏବଂ ଏକଜୁଟ ରହିବାକୁ ପଡିବ। ମସଜିଦଗୁଡିକୁ ନିଜ ଅଧୀନରେ ରଖନ୍ତୁ, କାରଣ ଏହି ମସଜିଦଗୁଡିକ ଆମଠାରୁ ଛଡ଼ାଯାଇପାରେ।

 

 

 

Share