ସୋରଡ଼ା,୫।୪(ଡି.ଏନ୍.ଏ): ଗଞ୍ଜାମ ଜିଲା ସୋରଡ଼ା ବଡଦଣ୍ଡପୁଞ୍ଜାରେ ଦଣ୍ଡୁଆମାନଙ୍କୁ କରୋନା ନେଇ ସଚେତନତା କରାଯାଇଛି। ପୋଲିସ ଓ କଏଦୀ ପୋଷାକରେ ଦୁଇ ଯୁବ କଳାକାର ସଚେତନ କରୁଛନ୍ତି । ପ୍ରତ୍ୟେକ ଦଣ୍ଡୁଆ ଯେପରି ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର କରିବେ ସେ ନେଇ କଳାକାର ରାଜା ଦାସ, ସଉରାପାଳ ଦଣ୍ଡ ଦଳ ସାଥୀରେ ବୁଲୁଛନ୍ତି । ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ତଥା ତହସିଲଦାରଙ୍କ ଅନୁଯାୟୀ ସମସ୍ତ ନିୟମ ପାଳନକୁ ବାଧ୍ୟ କରାଯାଉଛି॥ ଏପରିକି ବାହାର ଭକ୍ତମାନେ ଭିଡ ନ କରିବାକୁ ମଧ୍ୟ କୁହାଯାଉଛି।