ସାବଧାନ ! ବିପି, ଡାଇବେଟିସ, କାଶ, ଜ୍ୱର ପାଇଁ ଥିବା ୭୦ ଔଷଧ ଠିକ ଭାବେ କରୁନି କାମ:ସିଡିଏସସିଓ ଜାରି କଲା ବିଫଳ ତାଲିକା…

ନୂଆଦିଲ୍ଲୀ,୨୪।୧ : ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ର ଅନୁସନ୍ଧାନରେ ହିମାଚଳ ପ୍ରଦେଶର ୨୫ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଉତ୍ପାଦିତ ୬୦ଟି ଔଷଧ ଏବଂ ଇଞ୍ଜେକଶନ ଧାର୍ଯ୍ୟ ମାନକ ପୂରଣ କରୁନି ବୋଲି ଜଣାପଡିଛି। ଏସବୁ ଔଷଧ ଗୁଣାତ୍ମକ ମାନ ପୂରଣ କରିବାରେ ସକ୍ଷମ ନୁହନ୍ତି। ଏଥିରେ ଆଜମା, ଜ୍ୱର, ବିପି, ଡାଇବେଟିସ, ଆଲର୍ଜି, ଏପିଲିପସି, କାଶ, ଆଣ୍ଟିବାୟୋଟିକ, ବ୍ରୋଙ୍କାଇଟିସ ଏବଂ ଗ୍ୟାଷ୍ଟ୍ରିକ ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଇଞ୍ଜେକ୍ସନ ଅନ୍ତର୍ଭୁକ୍ତ। ଏହା ସହିତ କ୍ୟାଲସିୟମ ସପ୍ଲିମେଣ୍ଟ ତଥା ମଲ୍ଟି ଭିଟାମିନ ମଧ୍ୟ ପରୀକ୍ଷାରେ ବିଫଳ ହୋଇଛି ।

ପ୍ରକୃତରେ, ଡିସେମ୍ବର ମାସରେ ସିଡିଏସସିଓ ଡ୍ରଗ ଆଲର୍ଟ ଜାରି କରିଥିଲା । ଏଥିରେ ଏହା ପ୍ରକାଶ ପାଇଛି । ଏହି ଔଷଧଗୁଡିକ ବାଡି, ବାରୋଟିୱାଲା, ନାଲାଗଡ, ସୋଲାନ, କାଲା ଆମ୍ବ, ପାଓ୍ବଣ୍ଟା ସାହେବ, ସାନସପୁର ଟେରାସରେ ଅବସ୍ଥିତ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଉତ୍ପାଦିତ ହୋଇଥିଲା । ଏହା ବ୍ୟତୀତ ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମୁମ୍ବାଇ, ତେଲେଙ୍ଗାନା, ଦିଲ୍ଲୀରେ ଅବସ୍ଥିତ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଉତ୍ପାଦିତ ୩୮ ପ୍ରକାରର ଔଷଧର ନମୁନା ମଧ୍ୟ ଏହି ପରୀକ୍ଷାରେ ବିଫଳ ହୋଇଛି।

ବାଡି ଭିତ୍ତିକ ଆଲାଇନ୍ସ ବାୟୋଟେକ ଦ୍ୱାରା ନିର୍ମିତ ରକ୍ତ ଜମାଟ ବାନ୍ଧିବା ପାଇଁ ହେପାରିନ ସୋଡିୟମ ଇଞ୍ଜେକ୍ସନର ବିଭିନ୍ନ ବ୍ୟାଚର ଆଠଟି ନମୁନା ବିଫଳ ହୋଇଛି। ଝଡମାଜରିରେ ଅବସ୍ଥିତ କାନହା ବାୟୋଜେନେଟିକ୍ସରେ ନିର୍ମିତ ଭିଟାମିନ ଡି-୩ ଟାବଲେଟର ପାଞ୍ଚଟି ନମୁନା ବିଫଳ ହୋଇଛି। ଔଷଧ ଆଲର୍ଟରେ ଅନ୍ତର୍ଭୁକ୍ତ ୨୫ ଫାର୍ମାସ୍ୟୁଟିକାଲ କମ୍ପାନୀ ଅନୁସନ୍ଧାନ ଚାଲିଛି, ସେଥିମଧ୍ୟରୁ ଅନେକ କମ୍ପାନୀରେ ଉତ୍ପାଦିତ ଔଷଧର ନମୁନା ବାରମ୍ବାର ବିଫଳ ହେଉଛି। ସୂଚନାଯୋଗ୍ୟ ରାଜ୍ୟରେ ଡ୍ରଗ ନମୁନା କ୍ରମାଗତ ଭାବରେ ବିଫଳ ହେଉଛି।

ସିଡିଏସସିଓ ଦ୍ୱାରା ଜାରି କରାଯାଇଥିବା ଔଷଧ ଆଲର୍ଟରେ ମାନକ ପୂରଣ କରୁ ନ ଥିବା ଘୋଷିତ ଔଷଧଗୁଡିକର ୫୦ପ୍ରତିଶତରୁ ଅଧିକ ହିମାଚଳର ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକରେ ଉତ୍ପାଦିତ ହେଉଛି। ଡିସେମ୍ବର ମାସରେ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଦେଶର ବିଭିନ୍ନ ରାଜ୍ୟରୁ ୧୦୦୮ ଔଷଧର ନମୁନା ସଂଗ୍ରହ କରିଥିଲା, ସେଥିମଧ୍ୟରୁ ପରୀକ୍ଷା ସମୟରେ ୭୮ ଔଷଧ ବିଫଳ ଥିଲା। ୯୩୦ ଔଷଧ ଗୁଣାତ୍ମକ ମାନ ପାସ କରିଥିଲା। ଏହି ଔଷଧର ନମୁନା ହିମାଚଳ, ଓଡିଶା, ଅରୁଣାଚଳ ପ୍ରଦେଶ, ମେଘାଳୟ, ସିଡିଏସକୋ ବାଡି, ଋଷିକେଶ, ଗାଜିଆବାଦ, ବେଙ୍ଗାଲୁରୂ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ହାଇଦ୍ରାବାଦ ଏବଂ ଡ୍ରଗ ବିଭାଗ ଦ୍ୱାରା ପରୀକ୍ଷା କରାଯାଇଥିଲା। ମଙ୍ଗଳବାର ଏହି ଅନୁସନ୍ଧାନ ରିପୋର୍ଟ ସାର୍ବଜନୀନ କରାଯାଇଛି।

ବ୍ୟବହୃତ ଔଷଧ ମଧ୍ୟରେ ମୋଣ୍ଟେଲୁକାଷ୍ଟ ସୋଡିୟମ ଏବଂ ଲେଭୋସେଟିରିଜାଇନ ଡିହାଇଡ୍ରୋକ୍ଲୋରିଡ ଟାବଲେଟ, ଟେଲମିସାର୍ଟାନ ଟାବଲେଟ, ପ୍ରେଗାବାଲିନ ଟାବଲେଟ, ସାଇପ୍ରୋହେପ୍ଟାଡିନ ଏଚ.ସି. ଟାବଲେଟ, ହାଇପ୍ରୋହେପ୍ଟାଡାଇନ ଏଚସିଏଲ, ଟ୍ରାଇକୋଲିନ ସାଇଟ୍ରେଟ ସିରପ, ସୋଡିୟମ ଭାଲପୋରେଟ ଟ୍ୟାବଲେଟ, ଏ ପିସିଲିନ କ୍ୟାପସୁଲ, ଆମୋକ୍ସିସିଲିନ ଟ୍ରାଇହାଇଡ୍ରେଟ କ୍ୟାପସୁଲ, ଆସ୍କୋରବିକ ଏସିଡ + ଜିଙ୍କ କ୍ୟାପସୁଲ, ଟ୍ରାଇପିସିନ, ବ୍ରୋମେଲାଇନ ଏବଂ ରୁଟୋସାଇଡ ଟ୍ରାଇହାଇଡ୍ରେଟ ଟାବଲେଟ, ଏ ବ୍ରୋକ୍ସେଲ, ହାଇଡ୍ରୋକ୍ଲୋରାଇଡ, ଟର୍ବୁଟାଲାଇନ ସଲଫେଟ, ଗୁଏଫେନେସିନ ଏବଂ ମେନ୍ଥୋଲ ସିରପ ରହିଛି।

ଡେପୁଟି ଡ୍ରଗ କଣ୍ଟ୍ରୋଲର୍‌ ମନୀଷ କପୁର କହିଛନ୍ତି ଡ୍ରଗ ଆଲର୍ଟରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ଫାର୍ମାସ୍ୟୁଟିକାଲ କମ୍ପାନୀକୁ ସୋ କାରଣ ଦର୍ଶାଅ ନୋଟିସ ଜାରି କରି ସମ୍ପୃକ୍ତ ବ୍ୟାଚର ସମସ୍ତ ଷ୍ଟକ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସେହି ଶିଳ୍ପଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଯେଉଁମାନଙ୍କର ନମୁନା ବାରମ୍ବାର ବିଫଳ ହେଉଛି । ଏକ ମାସ ପୂର୍ବରୁ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ପରେ କାନହା ବାୟୋଜେନେଟିକ୍ସର ଉଭୟ ୟୁନିଟ ବର୍ତ୍ତମାନ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri