ସତର୍କ-ସୁରକ୍ଷିତ-ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ନେଇ ରବିବାର ଦେଶବାସୀଙ୍କୁ ସତର୍କ-ସୁରକ୍ଷିତ-ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଅନେକ ଲୋକ ଛୁଟିରେ ଅଛନ୍ତି। ପର୍ବ ଏବଂ ଉତ୍ସବଗୁଡିକ ଉପଭୋଗ କରନ୍ତୁ, କିନ୍ତୁ ଟିକିଏ ସତର୍କ ରୁହନ୍ତୁ।

ଆପଣ ଏହା ମଧ୍ୟ ଦେଖୁଛନ୍ତି ଯେ ବିଶ୍ୱର ଅନେକ ଦେଶରେ କରୋନା ବୃଦ୍ଧି ପାଉଛି। ସେଥିପାଇଁ ଆମକୁ ମାସ୍କ ଏବଂ ହାତ ଧୋଇବା ଭଳି ସତର୍କତାର ଅଧିକ ଯତ୍ନ ନେବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଆମେ ସଚେତନ, ତେବେ ଆମେ ମଧ୍ୟ ସୁରକ୍ଷିତ ରହିବା ଏବଂ ଆମର ଉତ୍ସାହରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ସୂଚନାଯୋଗ୍ୟ. ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ର ୨୨୭ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୪୨୪କୁ ବୃଦ୍ଧି ପାଇଛି।

Share