ରଙ୍ଗର ପର୍ବ ପାଇଁ ପୂର୍ବରୁ ନିଜର ଚର୍ମ ଏବଂ କେଶ ପ୍ରସ୍ତୁତ କରିବାକୁ ଭୁଲନ୍ତୁ ନାହିଁ । ହୋଲି ଖେଳିବାର ପରବର୍ତ୍ତୀ ସମୟରେ ତ୍ୱଚା ସହିତ କେଶ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। କାରଣ ହୋଲିରେ ଅନେକ କେମିକାଲ ଥାଏ। ଯାହା ଆମର ତ୍ୱଚା ଏବଂ କେଶ ପାଇଁ କ୍ଷତି ପହଞ୍ଚାଇଥାଏ। ତେବେ ହୋଲଇ ଖେଳିବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରଥମେ, ଜୈବିକ ରଙ୍ଗ ଏବଂ ଗୁଲାଲ ବ୍ୟବହାର କରନ୍ତୁ, ଏବଂ ହୋଲି ଖେଳିବା ପାଇଁ ସିନ୍ଥେଟିକ ରଙ୍ଗଠାରୁ ଦୂରରେ ରୁହନ୍ତୁ। ସ୍କିନ୍ ପାଇଁ ମଶ୍ଚରାଇଜରର କିମ୍ବା ନଡିଆ ତେଲ ବ୍ୟବହାର କରନ୍ତୁ। ହାତ, ପାଦ, ବେକରେ ଅଧିକ ପରିମାଣର ତେଲ ଲଗାନ୍ତୁ। ଓଠ ପାଇଁ ମଧ୍ୟ ଭେସଲିନ ଜେଲ କିମ୍ବା ଲିପ୍ବାମ୍ ବ୍ୟବହାର କରନ୍ତୁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ସନ୍ସ୍କ୍ରିନ୍ ଯାହାକୁ ଲଗାଇବା ଦ୍ୱାରା ତ୍ୱଚାର ଆର୍ଦ୍ରତା କମି ନଥାଏ।