ସାବଧାନ! ବଜାରରେ ମିଳୁଛି କ୍ୟାନସର ରୋଗର ନକଲି ଇଞ୍ଜେକ୍‌ସନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: କ୍ୟାନସର ରୋଗର ନକଲି ଇଞ୍ଜେକ୍ସନ ବିଷୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ସତର୍କତା ପରେ ଭାରତ ମଧ୍ୟ ଏହାର କଠୋରତା ବୃଦ୍ଧି କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଔଷଧ ସୁରକ୍ଷା ଆଲର୍ଟ ଯୋଗୁ ନକଲି କ୍ୟାନସର ଇଞ୍ଜେକ୍‌ସନ ଆଡସେଟ୍ରିସର ଗତିବିଧି ଏବଂ ବିକ୍ରୟ ଉପରେ ତଦାରଖ ବୃଦ୍ଧି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତକୁ କହିଛି ଯେ, ଦେଶରେ ଅତି କମ୍‌ରେ ଆଠଟି ଭିନ୍ନ ଭିନ୍ନ ବ୍ୟାଚ୍‌ ଇଞ୍ଜେକ୍ସନର ନକଲି ବିକ୍ରି ହେଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତ ସମେତ ୪ଟି ଦେଶରେ ନକଲି ଇଞ୍ଜେକ୍ସନ ମିଳିବା ପରେ ସେଣ୍ଟ୍ରାଲ ଡ୍ରଗ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ)ସେପ୍ଟେମ୍ବର ୫ରେ ଏକ ଆଲର୍ଟ ଜାରି କରି ସାରା ଦେଶରେ ଔଷଧ ନିୟାମକଙ୍କୁ ଅନିୟମିତ ନମୁନା ନେବାକୁ ନିର୍ଦ୍ଦେଶ ଦେଇଥିଲା। ରାଷ୍ଟ୍ରୀୟ ନିୟାମକ ଏଜେନ୍ସି ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ବିଶେଷଜ୍ଞମାନଙ୍କୁ ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜଣାଇବା ପାଇଁ ସଚେତନ କରାଇବାକୁ କହିଥିଲେ।

ଜାପାନର ଫାର୍ମାସ୍ୟୁଟିକାଲ କମ୍ପାନୀ ଟାକେଡା ଦ୍ୱାରା ଉତ୍ପାଦିତ ଆଡେଟ୍ରିସ ଇଞ୍ଜେକ୍ସନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ। ଯାହା କି ପୂର୍ବରୁ ଚିକିତ୍ସିତ ହୋଇ ନ ଥିବା ପର୍ଯ୍ୟାୟ ୩ କିମ୍ବା ୪ କ୍ଲାସିକାଲ ହଜକିନ୍‌ ଲିମ୍ଫୋମା ସହିତ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ କେମୋଥେରାପି ସହିତ ମିଳିତ ଭାବରେ ବ୍ୟବହୃତ ହୁଏ। ଏହା ପୂର୍ବରୁ ଚିକିତ୍ସିତ ହୋଇ ନ ଥିବା ଉଚ୍ଚ ବିପଦପୂର୍ଣ୍ଣ କ୍ଲାସିକାଲ ଲିମ୍ଫୋମା ସହିତ ଦୁଇ ବର୍ଷରୁ ଅଧିକ ପିଲାମାନଙ୍କୁ ମଧ୍ୟ ଦିଆଯାଏ।

Share