ସାବଧାନ ! ଓଠ-ମୁହଁ ନୀଳ ପଡୁଛି କି, ଶୀଘ୍ର ଡାକ୍ତରଙ୍କ ସହିତ କରନ୍ତୁ ପରାମର୍ଶ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାବେଳେ ଲୋକଙ୍କଠାରେ ପ୍ରକାଶ ପାଉଥିବା କରୋନା ସଂକ୍ରମଣ ନେଇ ବିଶେଷଜ୍ଞମାନଙ୍କୁ ପକ୍ଷରୁ ସଚେତନତା ସୂଚନା ଜାରି କରାଯାଇଛି। ଶରୀରରେ କରୋନା ସମ୍ପର୍କିତ ଲକ୍ଷଣ କେତେକ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଏଥିରେ କୁହାଯାଇଛି। ଯଦି ନିଶ୍ୱାସ ନେବାରେ କଷ୍ଟ ହେଉଛି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ। ସେହିପରି ଅକ୍ସିଜେନ୍‌ସ୍ତର କମି କମି ଗଲେ, ଅଚେତ ହେବା ଭଳି ସ୍ଥିତି ଦେଖାଦେଲେ, ଛାତିରେ ଯନ୍ତ୍ରଣା, ଓଠ ନୀଳ ପଡ଼ିଯିବା ଆଦି ସମସ୍ୟା ଦେଖାଦେଲେ ବିଳମ୍ବ ନ କରି ଶୀଘ୍ର ଚିକିତ୍ସକଙ୍କ ସହିତ ପରାମର୍ଶ ଉଚିତ ବୋଲି ଏଥିରେ ସୂଚନା ଦିଆଯାଇଛି। ଓଠ ନୀଳ ପଡ଼ିଯିବା ଅବା ମୁହଁ ନୀଳ ଦେଖାଯିବା ଶରୀରରେ ଅକ୍ସିଜେନ୍‌ ସ୍ତର କମ ରହିଥିବାକୁ ସୂଚିତ କରିଥାଏ। ତେଣୁ ସଚେତନ ହୋଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି।