୨୦୨୨ ଏପ୍ରିଲ୍ ପରଠାରୁ ଆଉ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଚଳାଇ ହେବ ନାହିଁ । ବଜେଟ୍ରେ ସରକାର ନୂଆ ସ୍କ୍ରାପ ନୀତି ଆଣିଛନ୍ତି । ଏହିନୀତି ଆସନ୍ତା ୨୦୨୨ ଏପ୍ରିଲ ମାସରୁ ଦେଶରେ ଲାଗୁ ହେବାକୁ ଯାଉଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏମିତି ଏକ ନିୟମ କରାଯାଉଛି । ଅର୍ଥାତ୍ ଏହି ନୀତି ଅନୁସାରେ ୨୦ ବର୍ଷରୁ ଅଧିକ ବ୍ୟକ୍ତିଗତ ପୁରୁଣା ଗାଡି ଓ ୧୫ ବର୍ଷରୁ ଅଧିକ ବାଣିଜ୍ୟକ ଗାଡିକୁ ଆଉ ରାସ୍ତାରେ ଗଡିବାକୁ ଅନୁମତି ଦିଆଯିବ ନାହିଁ । ଏହି ପୁରୁଣା ଗାଡିକୁ ଆଉ ଫିଟନେସ ମିଳିବ ନାହିଁ । ଏହି ଗାଡି ଗୁଡିକ ଆପେ ଆପେ ଅଚଳ ହୋଇଯିବ ।