୫ ଘଣ୍ଟାରୁ କମ୍‌ ଶୋଉଛନ୍ତି କି, ହୁଅନ୍ତୁ ସାବଧାନ…

ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ ମଧୁମେହ ଓ ମେଦବହୁଳତା ଦେଖାଦେବା ଆଶଙ୍କା ଅଧିକ ରହିଥାଏ। ଏହାଦ୍ୱାରା ଏକ ବର୍ଷ ମଧ୍ୟରେ ଓଜନ ପ୍ରାୟ ୪.୫ ରୁ ୫.୫ କିଲୋଗ୍ରାମ୍‌ ବଢ଼ିଯିବାର ସମ୍ଭାବନା ରହିଥାଏ। ନିଦ ନ ଆସିବା ରକ୍ତ ଶର୍କରା ଓ ଇନସୁଲିନ୍‌ସ୍ତରକୁ ପ୍ରଭାବିତ କରେ। ଏନେଇ କେତେକ ନିଦ୍ରା ବିଶେଷଜ୍ଞ କୁହନ୍ତି,ଅନିଦ୍ରା ଯୋଗୁ ମେଦବହୁଳତା ଦେଖାଦେଇଥାଏ। ଗବେଷକ ୫ ହଜାର ଲୋକଙ୍କ ଉପରେ ଏଥିପାଇଁ ଛଅ ସପ୍ତାହ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। କିଛି ଲୋକଙ୍କୁ ୧୦ ଘଣ୍ଟା ଶୋଇବାକୁ କୁହାଯାଇଥିଲା। ଏହାର ୨୮ ଘଣ୍ଟା ପରେ ସେମାନଙ୍କୁ ୫ ଘଣ୍ଟା ଶୋଇବାକୁ ଦିଆଯାଇଥିଲା। ୫ ଘଣ୍ଟାରୁ କମ୍‌ ଶୋଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଇନ୍‌ସୁଲିନ୍‌ସ୍ତର ଉପରେ ପ୍ରଭାବ ଅନୁଭୁତ ହୋଇଥିଲା।