ସାବଧାନ! ଆପଣଙ୍କ ପିଲା ଖାଉନାହାନ୍ତି ତ ଏହି ଚକୋଲେଟ୍‌, ହୋଇପାରେ ଏହି ଅଦ୍ଭୁତ ରୋଗ

ବେଙ୍ଗାଲୁରୁ,୧୧ା୮: କର୍ନାଟକର ରାଇଚୁର ପରେ ଏବେ ମାଙ୍ଗାଲୁରୁରେ ଚକୋଲେଟ୍‌ରେ ଡ୍ରଗ୍ସ ବିକ୍ରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡ଼ିଥିଲା ଯେ, ପିଲାମାନେ ଏହି ପ୍ରକାର ଚକୋଲେଟକୁ ବହୁତ ଭଲ ପାଆନ୍ତି ଏବଂ ମାତାପିତାଙ୍କ ନିକଟରେ କେବଳ ଏହି ଚକୋଲେଟ ଖାଇବା ପାଇଁ ଜିଦ୍‌ ଧରୁଥିଲେ। ଯେତେବେଳେ ମାତାପିତା ଏହା ଉପରେ କିଛି ଭୁଲ୍‌ ଅନୁଭବ କଲେ, ସେତେବେଳେ ଏହି ସମଗ୍ର ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାରେ କର୍ନାଟକର ମାଙ୍ଗାଲୁରୁ ଉତ୍ତର ପୋଲିସ ଦୁଇ ଦୋକାନ ମାଲିକଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ, ପିଲାମାନଙ୍କୁ ଏହି ପ୍ରକାରର ଚକୋଲେଟରେ ବହୁତ ସ୍ବାଦିଷ୍ଟ ଲାଗୁଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୋକାନୀମାନେ ଚକୋଲେଟ ଜରିଆରେ ପିଲାମାନଙ୍କୁ ଡ୍ରଗ୍ସ ଦେଉଥିଲେ। ଅଭିଭାବକମାନେ ଏହାକୁ ଖାଉଥିବା ପିଲାମାନଙ୍କ ଆଚରଣରେ ପରିବର୍ତ୍ତନ ଦେଖୁଥିଲେ। ଦୋକାନୀମାନେ ଏହି ଚକୋଲେଟକୁ ୨୦ ଟଙ୍କାରେ ବିକ୍ରି କରୁଥିଲେ। ପିଲାମାନେ ବାରମ୍ବାର ଏହି ଚକୋଲେଟ୍‌ ଖାଇବାକୁ ବି ଦାବି କରୁଥିଲେ। ଏଥିରେ କିଛି ଭୁଲ ଅନୁଭବ କରି ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା।

ଏହା ପରେ ମାଙ୍ଗାଲୁରୁ ପୋଲିସ ଉଭୟ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହା ପରେ ପୋଲିସ ସମୁଦାୟ ୧୨୦ କିଲୋଗ୍ରାମ ଡ୍ରଗ୍ସ ଚକୋଲେଟ ଜବତ କରିଛି। ପୋଲିସ ଗୋଟିଏ ଦୋକାନରୁ ୮୫ କିଲୋଗ୍ରାମ ଚକୋଲେଟ ଏବଂ ଅନ୍ୟ ଦୋକାନରୁ ୩୫ କିଲୋଗ୍ରାମ ଜବତ କରିଛି। ଏହି ମାମଲାରେ ପୋଲିସ ଉଭୟ ଅଭିଯୁକ୍ତ ଦୋକାନ ମାଲିକଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି।

ମାଙ୍ଗାଲୁରୁ ପୋଲିସ କମିଶନର କୁଲଦୀପ ଜେନା କହିଛନ୍ତି, ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରୀ ରିପୋର୍ଟରେ ଗଞ୍ଜେଇ ରହିଥିବା ସ୍ପଷ୍ଟ ହୋଇଛି। ବିଶେଷ କରି ଉତ୍ତରପ୍ରଦେଶରୁ ଚକୋଲେଟ କିଣାଯାଉଥିଲା। ଏହି ଘଟଣାରେ ଦୋକାନ ମାଲିକ ଏବଂ ଅନ୍ୟମାନଙ୍କ ସମ୍ପୃକ୍ତି ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯାଉଛି।

Share