ଡାନି ରୋଡ୍ରିକ
ନବଉଦାରବାଦ ଶେଷ ହୋଇଯାଇଛି କିମ୍ବା ସମ୍ଭବତଃ ଏହା ଅଧିକ ସକ୍ରିୟ ରହିଛି। ତେବେ ସାମ୍ପ୍ରତିକ ସମୟରେ ବିଶେଷଜ୍ଞମାନେ ଏହାର ଉଭୟ ଦିଗରୁ ମଧ୍ୟ ଆଲୋଚନା କରୁଛନ୍ତି। କିନ୍ତୁ ଉଭୟ ଦିଗରେ ଆର୍ଥିକ ନୀତିରେ କିଛି ନୂଆ କରାଯାଉଛି ବୋଲି ଅସ୍ବୀକାର କରିବା ଅତ୍ୟନ୍ତ କଷ୍ଟକର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାମାଜିକ କାର୍ଯ୍ୟକ୍ରମ,ଭିତ୍ତିଭୂମି ଏବଂ ସବୁଜ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାରେ ଖର୍ଚ୍ଚ ଅତ୍ୟଧିତ୍କ ବୃଦ୍ଧି କରିବା ପାଇଁ ଆହ୍ବାନ ଦେଇଛନ୍ତି। ଆମେରିକାରେ ଘରୋଇ ଯୋଗାଣ ଚେନ୍ର ପୁନର୍ଗଠନ କରିବାକୁ ସରକାରୀ ସଂସାଧନ ଉପଯୋଗ ଏବଂ ମାନୁଫାକ୍ରିଙ୍ଗରେ ନିଯୁକ୍ତି ଫେରାଇ ଆଣିବା ଲାଗି ସେ ଚାହିଁଛନ୍ତି। ବିଶ୍ୱସ୍ତରରେ ସହଯୋଗଭିତ୍ତିରେ କର୍ପୋରେଟ ଟ୍ୟାକ୍ସ ବୃଦ୍ଧି କରିବା ପାଇଁ ତାଙ୍କ ଟ୍ରେଜେରି ସଚିବ ଜାନେଟ ୟେଲେନ ଜୋର୍ ଦେଉଛନ୍ତି। ମୂଲ୍ୟର ସ୍ଥିରତା ଉପରେ ଫେଡେରାଲ ରିଜର୍ଭର ମୁଖ୍ୟ ଜେରୋମ ପାଓ୍ବେଲ ଏବେ ମୁଦ୍ରାସ୍ଫୀତି ଭୟ ଦୂର କରିବା ସହ ବିତ୍ତୀୟ ବୃଦ୍ଧି ଲାଗି ସମର୍ଥନର ହାତ ବଢ଼ାଇଛନ୍ତି। ଏ ସଂକ୍ରାନ୍ତରେ ସବୁ ପରିବର୍ତ୍ତିତ ନୀତି ଓ୍ବାଶିଂଟନରେ ଥିବା ସମସ୍ତ ପାରମ୍ପରିକ ଜ୍ଞାନରୁ ଶୀଘ୍ର ଦୂରେଇ ଯାଉଥିବା ପ୍ରତିପାଦିତ ହୋଇଛି। ସେମାନେ କ’ଣ ଏକ ନୂଆ ଆର୍ଥିକ ନୀତି ନିଦର୍ଶନର ପୂର୍ବ ସୂଚନା ଦେଉଛନ୍ତି କି? ଆମେରିକା ଓ ପାଶ୍ଚାତ୍ୟରେ ଆପଣାଯାଉଥିବା ଆର୍ଥିକ ନୀତିର ବ୍ୟାପକ ଯାଞ୍ଚ ହେବା ଦରକାର। ଏହି ଧାରଣାଗୁଡ଼ିକ ୧୯୮୦ରୁ ପ୍ରଭାବ ବିସ୍ତାର କରିଆସିଛି। ଭିନ୍ନ ଭିନ୍ନ ଭାବରେ ଏହାକୁ ଓ୍ବାଶିଂଟନ କନସେନସସ୍, ମାର୍କେଟ ଫଣ୍ଡାମେଣ୍ଟାଲିଜମ କିମ୍ବା ନେଓଲିବରାଲିଜେଶନ ବୋଲି କୁହାଯାଇଛି। କିନ୍ତୁ ବାସ୍ତବରେ ଏହା ପଥଚ୍ୟୁତ ହୋଇଛି। କେନେଜିଆନିଜମ୍ ବିଫଳତା ଦୃଷ୍ଟିରୁ ଏବଂ ଅତ୍ୟଧିକ ସରକାରୀ ନିୟମ ଯୋଗୁ ଏଭଳି ଘଟିଛି। ନୀତିଗୁଡ଼ିକର ଆକାର ଢେର ବଢିଗଲା ଓ ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ଅଧିକ ବିତ୍ତୀୟକରଣ, ଅସମାନତା ଏବଂ ଅସ୍ଥିରତା ସମ୍ପନ୍ନ ଅର୍ଥବ୍ୟବସ୍ଥାଗୁଡ଼ିକ ସୃଷ୍ଟି ହେଲା। ଫଳରେ ଏବକାର ଜଳବାୟୁ ପରିବର୍ତ୍ତନ,ସାମାଜିକ ସମାବେଶନ ଏବଂ ବିଧ୍ୱଂସକାରୀ ପ୍ରଯୁକ୍ତି ଭଳି ପ୍ରମୁଖ ଆହ୍ବାନଗୁଡ଼ିକ ସହ ଖାପଖୁଆଇ ଚାଲିବାକୁ ଏଗୁଡ଼ିକ ଅନାବଶ୍ୟକ ମନେହେଲେ।
ଆବଶ୍ୟକ ମଡେଲର ପରିବର୍ତ୍ତନ ଆରମ୍ଭ କରିବା ପାଇଁ ଅର୍ଥବ୍ୟବସ୍ଥାଗୁଡ଼ିକୁ କିପରି ଠିକ୍ ମାର୍ଗରେ ନିଆଯାଇପାରିବ ସେଥିପାଇଁ ସତର୍କତାର ସହ ଆମକୁ ଅର୍ଥନୀତି ଉପରେ ଶିକ୍ଷା ଦେବାକୁ ହେବ। ସାମଗ୍ରିକ ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ବଜାର କ୍ଷମତାରୁ ଅଧିକ ଶକ୍ତିଶାଳୀ କରିବାକୁ ଅର୍ଥଶାସ୍ତ୍ରୀମାନେ ଚାହିଁଛନ୍ତି। ଆଡାମ ସ୍ମିଥ୍ଙ୍କ ଧାରଣା ଯେ, ସ୍ବାର୍ଥୀ ବ୍ୟକ୍ତିମାନେ କେବଳ ସେମାନଙ୍କର ବ୍ୟକ୍ତିଗତ ବିକାଶ ଚାହଁୁଥିତ୍ବାରୁ ସାମାଜିକ ବାଧା ସତ୍ତ୍ୱେ ବିି ତାହା ନିଶ୍ଚିତ ଭାବେ ସାମଗ୍ରିକ ସମୃଦ୍ଧି ସୃଷ୍ଟି କରିବା ସହ ଆର୍ଥିକ ବ୍ୟବସାୟକୁ ଆଗକୁ ବଢାଇପାରିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଛି। ସମ୍ଭବତଃ ମାର୍କେଟର ପରିବର୍ତ୍ତନ କରିବାରେ ଅର୍ଥନୀତିଜ୍ଞମାନେ ପର୍ଯ୍ୟାପ୍ତ ସମୟ ଦେଉଥିବାର ଏହା ଏକ କାରଣ ହୋଇପାରେ। କିନ୍ତୁ ଅର୍ଥବ୍ୟବସ୍ଥା ମୁକ୍ତ ବଜାର ଉପରେ ଅଧିକ ଉତ୍ସାହୀ ନାହିଁ। କିଭଳି ମାର୍କେଟ ଅଧିକ ଅସମାନତା ସୃଷ୍ଟି କରୁ ତାହା ଉପରେ ଅଧିକାଂଶ ଅର୍ଥବ୍ୟବସ୍ଥାର ନିର୍ଦ୍ଦେଶ କେନ୍ଦ୍ରିତ ହୋଇଛି। ପ୍ରଭାବୀ ଧାରାରେ ସଂସାଧନର ଆବଣ୍ଟନ କରିବାରେ ସେଗୁଡ଼ିକ କିଭଳି ବିଫଳ ହୋଇଛନ୍ତି ତା’ଉପରେ ମଧ୍ୟ ଏହା ପ୍ରାଧାନ୍ୟ ଦେଉଛି। ସୁବ୍ୟବସ୍ଥିତ ଢଙ୍ଗରେ ସ୍ଥାୟୀ ସନ୍ତୁଳନ ସୃଷ୍ଟି କରୁଥିବା ଉତ୍ତମ ପ୍ରତିଯୋଗୀସମ୍ପନ୍ନ ବଜାରଗୁଡ଼ିକ ଅନେକ ସମ୍ଭାବନା ମଧ୍ୟରେ ଏକ ନିଆରା ବ୍ୟବସ୍ଥା ବୋଲି କୁହାଯାଇପାରେ। ସ୍ମିଥିଆନ ମଡେଲ ଏକମାତ୍ର ମଡେଲ ନୁହେଁ। ତଥାପି ଏଲାଇସେଜ ଫେରି (ବ୍ୟକ୍ତି ଓ ସମାଜର ଆର୍ଥିକ ବ୍ୟାପାରରେ ସରକାରଙ୍କ ସର୍ବନିମ୍ନ ହସ୍ତକ୍ଷେପ ନୀତି)ରୁ ଦୂରେଇ ରହିବା ପାଇଁ ଉପଯୋଗୀ ମାନଦଣ୍ଡ ଭାବେ ଏକ ସୁପରିଚାଳିତ, ପ୍ରତିଦ୍ୱନ୍ଦିିତାମୂଳକ ମାର୍କେଟ ଲାଗୁ କରିବାକୁ ଅନେକ ଅର୍ଥନୀତିଜ୍ଞଙ୍କର ପ୍ରତିକ୍ରିୟା ଏକ ମାନଦଣ୍ଡ ଭାବେ କାର୍ଯ୍ୟ କରୁଛି। ଅର୍ଥନୀତି ଉପରେ ଶିକ୍ଷା ଦେବା ପାଇଁ ଏକ ନୂଆ ମଡେଲର କୋର୍ ପ୍ରୋଜେକ୍ଟ ଅନ୍ଲାଇନ ଟିଚିଙ୍ଗ ଟୁଲ୍ ଏବଂ ମୁକ୍ତରେ ସମସ୍ତଙ୍କ ପାଇଁ ଉପଲବ୍ଧ ଟେକ୍ସଟ ବୁକ୍ ଉପରେ ଆଧାରିତ। ଦୁଇଜଣ ବିଶିଷ୍ଟ ଅର୍ଥନୀତିଜ୍ଞ ସାମୁଏଲ ବୋଓ୍ବେଲ୍ସ (ଶାନ୍ତା ଫେ ଇନଷ୍ଟିଚ୍ୟୁଟ) ଏବଂ ଓ୍ବେଣ୍ଡି କାର୍ଲିନ (ୟୁନିଭର୍ସିଟି କଲେଜ ଲଣ୍ଡନ) ସ୍ପଷ୍ଟ ଭାବେ ଏହା ସପକ୍ଷରେ ରହିଛନ୍ତି। କିନ୍ତୁ ବିଶ୍ୱରେ ଅର୍ଥନୀତିଜ୍ଞଙ୍କର ଏକ ବୃହତ୍ ଗୋଷ୍ଠୀ ଏହାର ବିକାଶରେ ସହଭାଗୀ ହୋଇଛନ୍ତି। ଏହା ଇଂଲଣ୍ଡରେ ସଂଖ୍ୟାଧିକ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଲାଗୁ ହୋଇସାରିଲାଣି। କୋର୍ ମାର୍ଗର ମୁଖ୍ୟ ଲାଭ ହେଉଛି ଏହା ଅସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରିବ। ଏହା ଅର୍ଥବ୍ୟବସ୍ଥାର ସାଧାରଣ ମାନକକୁୁ ଏକ ଅଧିକ ବାସ୍ତବବାଦୀ ଏବଂ ଲାଭଜନକ ମାନଦଣ୍ଡରେ ପରିବର୍ତ୍ତନ କରିଦିଏ। ପ୍ରତିଯୋଗିତା ଏକ ଉତ୍ତମ ମଡେଲ ନୁହେଁ। ଶ୍ରମ ଓ କ୍ରେଡିଟ ମାର୍କେଟରେ ପ୍ରମୁଖ ଏଜେଣ୍ଟ ସମ୍ବନ୍ଧ ରୂପେ ଏହାର କ୍ଷମତା ସବୁବେଳେ ରହିଆସିଛି। ଇକୋନୋମିକ ରେଣ୍ଟ୍ ଅପରିହାର୍ଯ୍ୟ ଏବଂ ବହୁ ସମୟରେ ଏକ ଉତ୍ତମ କାର୍ଯ୍ୟଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ ଏହା ଆବଶ୍ୟକ।
ଏଭଳି ନୂଆ ମଡେଲ ଅର୍ଥବ୍ୟବସ୍ଥା ସମ୍ପର୍କରେ ଶିକ୍ଷାଦେବାକୁ ଏବଂ ଏଗୁଡ଼ିକୁ ଗଢିବାକୁ ସାମାଜିକ ସ୍ତରରେ ଉତ୍ତମ ସହମତି ସୃଷ୍ଟି କରିବ। କିନ୍ତୁ ଆମକୁ ସ୍ବୀକାର କରିବାକୁ ପଡିବ ଯେ, ଏହି ସହମତି ଆର୍ଥିକ ନୀତିର ନୂଆ ମଡେଲ ସୃଷ୍ଟି କରିପାରିବ ନାହିଁ । ପୂର୍ବରୁ ଆମର ସମସ୍ତ ନୀତି ମଡେଲଗୁଡ଼ିକ-ମର୍କାଣ୍ଟିଲିଷ୍ଟ,କ୍ଲାସିକାଲ ଲିବରାଲ,କେନେସିଆନ, ସୋସିଆଲ ଡେମୋକ୍ରାଟିକ, ଅର୍ଡୋଲିବରାଲ କିମ୍ବା ନେଓଲିବରାଲର ଗୁରୁତ୍ୱପୂର୍ଣ୍ଣ ବ୍ଲାଇଣ୍ଡ୍ ସ୍ପଟ୍ (ପାରମ୍ପରିକ ଜ୍ଞାନ ଉପଯୋଗୀ ନ ହେଲେ ବି ତାହାକୁ ଏବେ ସୁଦ୍ଧା ବ୍ୟବସାୟିକ ରଣନୀତିରେ ପ୍ରୟୋଗ କରାଯାଉଛି) ଥିଲା। କାରଣ ଏଗୁଡ଼ିକୁ ବୈଶ୍ୱିକ ମଡେଲ ଭାବେ କଳ୍ପନା କରାଯାଉଥିଲା, ଯାହାକୁ ସବୁଠି ସବୁ ସମୟରେ ପ୍ରୟୋଗ କରାଯାଇପାରୁଥିଲା। ନିଶ୍ଚିତ ଭାବେ ପ୍ରତ୍ୟେକ ମଡେଲର ବ୍ଲାଇଣ୍ଡ୍ ସ୍ପଟ୍ ଗୁଡ଼ିକ ଇକୋନୋମିକ ଗଭର୍ନାନ୍ସ ସମ୍ପର୍କରେ ଚିନ୍ତା କରି ଅଣାଯାଉଥିବା ନୂଆମାର୍ଗ ବା ପ୍ରକ୍ରିୟାକୁ ନିଷ୍ପ୍ରଭ କରିଦେଉଥିଲା। ଅଧିକ ମହତ୍ତ୍ୱାକାଂକ୍ଷୀ ହେବା କାରଣରୁ ଏହାର ପରିଣାମ ଅସଫଳ ହେଉଥିଲା ଏବଂ ଅର୍ଥବ୍ୟବସ୍ଥାରେ ସରକାରଙ୍କ ଭୂମିକା ସମ୍ପର୍କରେ ଅତ୍ୟଧିକ ଆଶାବାଦୀ ଓ ନିରାଶାବାଦୀ ମଧ୍ୟରେ ଏକ ପେଣ୍ଡୁଲମ ଝୁଲିବା ସଦୃଶ ହେଉଥିତ୍ଲା। ଅର୍ଥବ୍ୟବସ୍ଥାର ନୀତି ସର୍ବଦା ନିର୍ଭରଶୀଳ। ଏଥିପାଇଁ ଏହା ନିର୍ଭର କରୁଥିତ୍ବା ତଥା ଆଶା କରାଯାଉଥିବା ସମସ୍ତ ପରିଣାମ ପୂରଣ କରିବା ଲାଗି ଆର୍ଥିକ ଅନୁଧ୍ୟାନ କରିବାକୁ ପଡିବ ଓ ପ୍ରମାଣ ପ୍ରସ୍ତୁତ କରିବାକୁ ହେବ। ବିତ୍ତୀୟ ବୃଦ୍ଧି ଏବଂ ବିତ୍ତୀୟ ହ୍ରାସ ଲାଗି ସମୟ ରହିଛି ବୋଲି ଅର୍ଥ ବ୍ୟବସ୍ଥାଗୁଡ଼ିକ ଆମକୁ ଶିକ୍ଷା ଦିଏ। କେତେବେଳେ ସରକାର ଯୋଗାଣ ଚେନ୍ରେ ବାଧା ଦେବା ଉଚିତ, କେତେବେଳେ ମାର୍କେଟରୁ ଓହରିବା ଦରକାର,ଏ ସର୍ମ୍ପକରେ ବି ଏହା ଶିକ୍ଷା ଦିଏ। ବେଳେବେଳେ ଟିକସ ଅତ୍ୟଧିତ୍କ ହେବା ଓ ବେଳେବେଳେ କମ୍ ହେବା ଉଚିତ। କେତେକ ଅଞ୍ଚଳରେ ମୁକ୍ତ ବାଣିଜ୍ୟ ରହିବା ଉଚିତ ତ ଅନ୍ୟ କେତେକ ଅଞ୍ଚଳରେ ଏହା ନିୟନ୍ତ୍ରିତ ହେବା ଦରକାର।
ଉତ୍ତମ ଅର୍ଥବ୍ୟବସ୍ଥାଗୁଡ଼ିକ ଉପରେ ଜାଣିବାକୁ ହେଲେ ଆମକୁ ବାସ୍ତବ ବୈଶ୍ୱିକ ପରିସ୍ଥିତି ଏବଂ ବିଭିନ୍ନ ପ୍ରକାର ସମ୍ଭାବ୍ୟ ବାଧା ମଧ୍ୟରେ ରହିଥିବା ସମ୍ପର୍କରେ ନକ୍ସା ପ୍ରସ୍ତୁତ କରିବାକୁ ପଡ଼ିବ।
ଏବେ ଆମ ସମାଜ ସାମ୍ନା କରୁଥିବା ଅତ୍ୟଧିକ ଆହ୍ବାନଗୁଡ଼ିକ ଆବଶ୍ୟକ କରୁଛି ନୂଆ ଆର୍ଥିକ ମାର୍ଗ ଏବଂ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତିର ପରୀକ୍ଷଣ। ବାଇଡେନ ପ୍ରଶାସନ ଏକ ସ୍ପଷ୍ଟ ଏବଂ ବହୁ ପ୍ରତୀକ୍ଷିତ ଆର୍ଥିକ ପରିବର୍ତ୍ତନ ଆରମ୍ଭ କରିଛି। ଯେଉଁମାନେ ନୂଆ ଆର୍ଥିକ ମଡେଲ ଆଶା କରୁଛନ୍ତି ଆମେରିକା କ’ଣ ଚାହଁୁଛି ସେ ସମ୍ପର୍କରେ ସେମାନେ ସତର୍କ ରହିବା ଉଚିତ। ଆର୍ଥିକ ନୀତି ଉପରେ ପୂର୍ବରୁ ରହିଆସିଥିବା ପରୁଣା ରୂଢିବାଦକୁ ଆଗକୁ ଆମେ ମଜଭୁତ କରିବା ଉଚିତ ନୁହେଁ। ବରଂ ଜରୁରୀ ଆବଶ୍ୟକତା ବା ଚାହିଦା ପରିବର୍ତ୍ତନ କରିବାକୁ କିଭଳି ନୀତି ଗ୍ରହଣ କରିବାକୁ ହେବ ସେ ସମ୍ପର୍କରେ ଶିକ୍ଷା କରିବା ଉଚିତ।
ପ୍ରଫେସର,ଇଣ୍ଟରନାଲ ପଲିଟିକାଲ ଇକୋନୋମି, ଜନ୍ ଏଫ୍ କେନେଡି ସ୍କୁଲ ଅଫ୍ ଗଭର୍ନମେଣ୍ଟ(ହାର୍ଭାର୍ଡ ୟୁନିଭର୍ସିଟି)