ସାବଧାନ! ଏହି ଗୋଟିଏ ଭୁଲ ଯୋଗୁ କଟିଯିବ ରାଶନ କାର୍ଡ, ଶୀଘ୍ର କରିନିଅନ୍ତୁ…

ଭୁବନେଶ୍ୱର,୧୫।୭: ଭାରତ ସରକାର ଗରିବ ଅଭାବୀ ଲୋକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏହି ଯୋଜନାଗୁଡିକର ଅନେକ ଲାଭ ପାଇବାକୁ ଆପଣଙ୍କ ପାଖରେ ରାଶନ କାର୍ଡ ଥିବା ଆବଶ୍ୟକ। ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ଆଧାରରେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ରାଶନ କାର୍ଡ ଦିଆଯାଇଥାଏ। ହେଲେ କିଛି ଲୋକ ଯୋଗୁ ସେମାନଙ୍କର ରାଶନ କାର୍ଡ ବାତିଲ ହୋଇଯାଏ। ଆସନ୍ତୁ ଜାଣିବା କେଉଁ ଭୁଲ ଯୋଗ ଏଭଳି ହୋଇଥାଏ।

ଦୀର୍ଘ ସମୟ ଧରି ରାଶନ କାର୍ଡ ବ୍ୟବହାର ନ ହେବାରୁ ରାଶନ କାର୍ଡ ବାତିଲ ହୋଇଯାଇଥାଏ। ସେହିପରି କିଛି ବ୍ୟକ୍ତି ଠକେଇ କରି ରାଶନ କାର୍ଡ ନିଜ ନାମରେ କରିଥାନ୍ତି । ସରକାର ଏହି ନକଲି ରାସନ କାର୍ଡଗୁଡ଼ିକୁ ଚିହ୍ନଟ କରି ବାତିଲ କରନ୍ତି ।

ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ପାଇଁ ୩.୨୫ କୋଟି ଲୋକଙ୍କୁ ସାମିଲ କରାଯାଇଛି।

Share