ସାବଧାନ ! ଆସନ୍ତା ୧୨୫ ଦିନ ସତର୍କ ରହିବା ଜରୁରୀ, ଚେତାବନୀ ଦେଲେ ନୀତି ଆୟୋଗ…

ନୂଆଦିଲ୍ଲୀ,୧୭।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଲୋକଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇ ନାହିଁ। ଆସନ୍ତା ୧୨୫ ଦିନ ସତର୍କ ରହିବା ଜରୁରୀ ବୋଲି ନୀତି ଆୟୋଗ ପକ୍ଷରୁ କୁହାଯାଇଛି। ନୀତି ଆୟୋଗ ସଦସ୍ୟ ବି.କେ. ପଲ୍‌ ଏନେଇ ଚେତାବନୀ ଦେଇଛନ୍ତି। କରୋନା ମାର୍ଗଦର୍ଶିକା ପାଳନ କରାଯାଉ ନ ଥିବାରୁ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି। ଏବେ ପୃଥିବୀ ତୃତୀୟ ଲହର ତାଣ୍ଡବ ରଚିବାକୁ ଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ତୃତୀୟ ଲହର ନେଇ ଜାରି କରାଯାଇଥିବା ସତର୍କ ସୂଚନାକୁ ହେୟଜ୍ଞାନ କଲେ ସ୍ଥିତି ଅଧିକ ସଙ୍କଟ ଜନକ ହେବ ବୋଲି ସେ କହିଛନ୍ତି। ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ ହୋଇଥିବାବେଳେ ଲୋକେ ଏଭଳି କରୁ ନାହାନ୍ତି। ଏସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲଙ୍କକ ଅନୁସାରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ଯୋଗୁ ଲୋକେ ମାସ୍କ୍‌ ପିନ୍ଧିବା ନେଇ ସଚେତନ ରହୁ ନାହାନ୍ତି। ସେହିପରି ଅନ୍ୟ କରୋନା ମାର୍ଗଦର୍ଶିକା ପାଳନ ମଧ୍ୟ କରାଯାଉ ନାହିଁ। ଏପରିସ୍ଥଳେ ଭାରତ ପଡ଼ୋଶୀ ଦେଶ ମ୍ୟାନ୍‌ମାର୍‌, ଇଣ୍ଡୋନେସିଆ, ମାଲେସିଆ, ବାଂଲାଦେଶରେ ସରକାରଙ୍କ ପକ୍ଷରୁ ତୃତୀୟ ଲହର ନେଇ ଚେତାବନୀ ଦିଆଯାଇଥିବା ସ୍ବାସ୍ଥ୍ୟ ସଚିବ କହିଛନ୍ତି।

Share