ସାବଧାନ! ଭାତଥାଳିରେ ଆଉ ରହିବନି ଭାତ

ଓ୍ବାଶିଂଟନ,୧୭।୩: ଆସନ୍ତା ୩୦ ବର୍ଷ ପରେ ଭାରତୀୟ ଭାତଥାଳିରେ ଆଉ ଭାତ ଦେଖିବାକୁ ମିଳିବ ନାହିଁ। ଭାତଥାଳିରୁ ଏହା ଗାଏବ ହୋଇଯିବ। ଆମେରିକାର ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପରିବର୍ତ୍ତିତ ପାଣିପାଗ, ପାଣିର ଅଭାବ ଏବଂ ବିଶ୍ୱ ତାପନର ପ୍ରଭାବରେ ୨୦୫୦ ବେଳକୁ ଧାନ ଉତ୍ପାଦନ କମିଯିବ। ଫଳରେ ଭାତ ଉପରେ ନିର୍ଭର କରୁଥିବା ଭାରତର ବହୁ ଲୋକଙ୍କ ଭାତଥାଳି ମେନୁରେ ଭାତ ରହିବ ନାହିଁ। ତେଣୁ ବର୍ତ୍ତମାନଠାରୁ ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ବର୍ଷାର ଅଭାବ ସହିତ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସାନ୍ଦ୍ରତା ବଢୁଥିବାରୁ ଧାନ ଫସଲ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ଅଧିକ ରହିବ ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରଶାନ୍ତ କଲିତା ସୂଚନା ଦେଇଛନ୍ତି। ଏହାଦ୍ୱାରା ଖାଦ୍ୟ ଅଭାବ ଉତ୍କଟ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ମାତ୍ର କୃଷି କ୍ଷେତ୍ରର ବିକାଶ ପ୍ରତି ଗୁରୁତ୍ୱାରୋପ କରାଗଲେ ସ୍ଥିତିରେ କିଛି ପରିବର୍ତ୍ତନ ଆସିବାର ଆଶା କରାଯାଇପାରେ ପୋଲି ସେ ମତପୋଷଣ କରିଛନ୍ତି।

Share