ଗୁରୁଗ୍ରାମ,୨୧।୧: ରଙ୍ଗ ରୁଟରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଗ୍ରାମ ପୋଲିସ ଅଧିକାରୀ ପ୍ରୀତ ପାଲ ସିଂ କହିଛନ୍ତି। ରଙ୍ଗ ରୁଟରେ ଗାଡି ଚଳାଇ ୨ଥର ଧରାପଡିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯିବ। ଏପରି କି ରଙ୍ଗ ରୁଟରେ ଗାଡି ଚଲାଉଥିବା ବେଳେ ଦୁର୍ଘଟଣା ଘଟିଲେ ଚାଳକଙ୍କ ବିରୋଧରେ ଭାରତୀୟ ପେନାଲ କୋଡର ଧାରା ୩୦୪(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯିବ। ଆଇନ ଅନୁଯାୟୀ ଚାଳକଙ୍କୁ ସର୍ବନିମ୍ନ ୧୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହଛି। ସୂଚନା ଯୋଗ୍ୟ, ଗୁରୁଗ୍ରାମରେ ୨୦୧୯ରେ ୪୯,୬୭୧ଜଣ ଗାଡି ଚାଳକ ରଙ୍ଗ ରୁଟରେ ଯାଇ ପୋଲିସ ହାତରେ ଧରାପଡିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩୯,୭୬୫ରେ ପହଞ୍ଚିଛି।