ଫ୍ରିଜ୍‌ରେ ରଖୁଥିଲେ ସାବଧାନ

ବେଳେବେଳେ ଖାଦ୍ୟ ବଳିଗଲେ ତାକୁ ଅନେକେ ଫ୍ରିଜ୍‌ରେ ରଖି ପରେ ବ୍ୟବହାର କରିଥାନ୍ତି। ବିଶେଷକରି କର୍ମଜୀବୀମାନଙ୍କର ଏଭଳିି ଅଭ୍ୟାସ ପ୍ରାୟ ରହିଥାଏ। କିନ୍ତୁ ରନ୍ଧାଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଇବା କେତେଦୂର ଠିକ୍‌ ସେ ସମ୍ପର୍କରେ ଜାଣି ରଖନ୍ତୁ…

କଞ୍ଚା ପନିପରିବା ସହିତ ଏକାଠି ରନ୍ଧା ଖାଦ୍ୟ ଫ୍ରିଜ୍‌ରେ ରଖିଲେ ବ୍ୟାକ୍ଟେରିଆ ବୃଦ୍ଧିର କାରଣ ହୋଇଥାଏ। ତେଣୁ ରନ୍ଧା ଖାଦ୍ୟକୁ ଫ୍ରିଜରେ ଅଲଗା ସ୍ଥାନରେ ଘୋଡ଼ାଇ କରି ରଖନ୍ତୁ।
ବଳକା ଭାତକୁ ଫ୍ରିଜରେ ରଖିଲେ ତାହା ବହୁଦିନ ଯାଏ ଭଲ ରହିଥାଏ। କିନ୍ତୁ ଏହାକୁ ୨ ଦିନ ଭିତରେ ହିଁ ଖାଇଦେବା ଉଚିତ। ନଚେତ୍‌ ତାହା ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।
ବଳକା ରୁଟିକୁ ଫ୍ରିଜରେ ରଖି ଏହାକୁ ପୁଣି ଥରେ ଘିଅ ବା ବଟର ଲଗାଇ ଖାଇଲେ ତାହା ଫ୍ରେଶ ଲାଗିଥାଏ। କିନ୍ତୁ ଏଥିରେ ପୌଷ୍ଟିକତା ନ ଥାଏ। ତେଣୁ ରୁଟିକୁ ଫ୍ରିଜରେ ରଖି ବ୍ୟବହାର କରନ୍ତୁ ନାହିଁ।
ଡାଲିକୁ ସଙ୍ଗେ ସଙ୍ଗେ ତିଆରି କରି ଖାଇଲେ ସେଥିରୁ ସବୁଠୁ ଅଧିକ ପୌଷ୍ଟିକ ତତ୍ତ୍ୱ ପାଇହୁଏ। କିନ୍ତୁ ବଳକା ଡାଲିକୁ ଫ୍ରିଜରେ ରଖି ବ୍ୟବହାର କଲେ ତା’ର ପୌଷ୍ଟିକତା କମି ଯାଇଥାଏ। କିନ୍ତୁ ଦୁଇ ଦିନରୁ ଅଧିକ ରହିବା ପରେ ଏହାକୁ ବ୍ୟବହାର କଲେ ଏହା ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ।
କଟା ଫଳକୁ ରଖି ଖାଇବା ଆଦୌ ଠିକ୍‌ ନୁହେଁ। ତେଣୁ କଟା ଫଳକୁ ଫ୍ରିଜରେ ରଖି ଖାଇବା ମଧ୍ୟ ଉଚିତ ନୁହେଁ। କଟା ଫଳକୁ ଯେତେ ଶୀଘ୍ର ଖାଇବା ସେତେ ଭଲ। ଯଦି କୌଣସି ଫଳକୁ କାଟି ନିହାତି ଆବଶ୍ୟକ ସ୍ଥଳେ ଫ୍ରିଜରେ ରଖିଛନ୍ତି ତେବେ ତାକୁ ୬ ଘଣ୍ଟା ମଧ୍ୟରେ ଖାଆନ୍ତୁ।
ଫ୍ରିଜରେ ପରିବାର କୌଣସି ତରକାରୀ ରଖୁଥିଲେ ତାକୁ ୨୪ ଘଣ୍ଟା ଭିତରେ ହିଁ ଖାଆନ୍ତୁ।