କସମେଟିିକ୍ସ୍ ବ୍ୟବହାର ସମୟରେ ରୁହନ୍ତୁ ସତର୍କ…

ସମ୍ପ୍ରତି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି କେହି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ଜଣା ନ ଥାଏ। କସମେଟିକ୍ସ ତଥା ଲୋଶନରେ କ୍ଷତିିକାରକ ରାସାୟନିକ ପଦାର୍ଥ ମିଶି ରହିଥାଏ। ଅଧିକାଂଶ ମହିଳା ବୟସ ଲୁଚାଇବା ପାଇଁ ଆଣ୍ଟି ଏଜିଂ କ୍ରିମ୍‌ କିମ୍ବା ଏହି ପ୍ରକାରର ଅନ୍ୟ କିଛି ବ୍ୟବହାର କରିଥାନ୍ତି। ଫଳରେ ସୁନ୍ଦରଦେଖା ଯିବା ପାଇଁ ଅଜାଣତରେ କେତେକ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ବସିଥାନ୍ତି। ଏସବୁ କସମେଟିିକ୍ସ୍ସରେ ଥିବା ରାସାୟନିକ ପଦାର୍ଥ ପ୍ରଭାବ ଯୋଗୁ ହୋଇଥାଏ। ଆଣ୍ଟି ଏଜିଂ କ୍ରିମ୍‌ରେ ରହିଛି ରେଟିନାଲ୍‌ ନାମକ କେମିକାଲ୍‌। ଗର୍ଭବତୀ ମହିଳାମାନେ ରେଟିନାଲ୍‌ଯୁକ୍ତ ପ୍ରଡକ୍ଟର ବ୍ୟବହାରଠାରୁ ନିଜକୁ ଦୂରେଇ ରଖିବା ଜରୁରୀ। ରେଟିନାଲ୍‌ଯୁକ୍ତ କ୍ରିମ୍‌ ବ୍ୟବହାର କରିବା ଦ୍ୱାରା ତ୍ୱଚା ସୂର୍ଯ୍ୟକିରଣ ପ୍ରତି ସମ୍ବେଦନଶୀଳ ହୋଇଯାଏ। ଫଳରେ ସାରାଜୀବନ ସନସ୍କ୍ରିନ୍‌ ଲୋଶନ ବ୍ୟବହାର କରିବାକୁ ପଡିଥାଏ। ତେଣୁ ଯେଉଁ କ୍ରିମ୍‌ରେ ହାଇଡ୍ରୋକୁଇନାନ୍‌ ରାସାୟନିକ ପଦାର୍ଥ ରହିଛି ତାହା ବ୍ୟବହାର କରିବା ଅନୁଚିତ। ଏହା କ୍ୟାନସର କାରକ ହୋଇଥାଏ। ଏହି ରାସାୟନ ଓକ୍ରୋନୋସିସ୍‌ ନାମକ ତ୍ୱଚା ରୋଗର କାରଣ ମଧ୍ୟ ପାଲଟିଥାଏ। ଏହି ରୋଗରେ ତ୍ୱଚା ବିକୃତ ହୋଇଯାଇଥାଏ। ଶରୀରକୁ ପରିଷ୍କାର କରିବା ପାଇଁ ବ୍ୟବହାର କରାଯାଉଥିବା କ୍ଲିନଜର୍ସରେ ଅଧିକ ମାତ୍ରାରେ ମିନେରାଲ୍‌ ଅଏଲ୍‌ ଥାଏ। ଏହା ତ୍ୱଚାର ଲୋମକୂପକୁ ବନ୍ଦ କରିଦିଏ। ତେଣୁ ପ୍ରସାଧନ ସାମଗ୍ରୀ ବ୍ୟବହାର ସମୟରେ ସତର୍କ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri