Categories: ଫୁରସତ

ଚାଉମିନ୍‌ ଖାଉଥିଲେ ହୋଇଯାନ୍ତୁ ସାବଧାନ: ଏହି ଭିଡିଓ ଦେଖିଲେ ଚାଉମିନ୍‌ ଖାଇବା ପୂର୍ବରୁ ୧୦ଥର ଭାବିବେ

ଚାଉମିନ କିମ୍ବା ନୁଡୁଲ୍ସ ପରି ଚାଇନିଜ ଫୁଡ୍‌ ଆଜିକାଲି ଭାରତର ପ୍ରିୟ ଷ୍ଟ୍ରିଟ ଫୁଡ୍‌ ମଧ୍ୟରୁ ଅନ୍ୟତମ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି। ରାସ୍ତା କଡରେ ବି ଚାଉମିନ୍‌ ଷ୍ଟଲ୍‌ ପଡୁଛି। ଚାଉମିନ ତିଆରି ଏବଂ ଧୋଇବାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ବୋଧହୁଏ ପରବର୍ତ୍ତୀ ସମୟରେ ଚାଉମିନ ଖାଇବା ପୂର୍ବରୁ ଆପଣ ଏହି ଭିଡିଓ କଥା ମନେ ପଡିବ ନିଶ୍ଚୟ।
Mr.mishra_je ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷେୟାର ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ପ୍ରସ୍ତୁତି ପୂର୍ବରୁ ଏକ ପ୍ଲାଷ୍ଟିକ ଟ୍ରେରେ ଚାଉମିନ୍‌ ନେଇ ନଦୀ ପାଣିରେ ଧୋଉଥିବାର ଦେଖିବାକୁ ମିଳିବ। ବ୍ୟକ୍ତି ଜଣଙ୍କ ଆରାମରେ ଏହାକୁ ନଦୀ ପାଣିରେ ଧୋଇ ଚାଉମିନ୍‌ ପ୍ରସ୍ତୁତ ପାଇଁ ନେଉଛନ୍ତି।
ଏହି ଭିଡିଓକୁ ଏକ ଲକ୍ଷରୁ ଥର ଦେଖାଯାଇଛି ଏବଂ ପ୍ରାୟ ଦୁଇ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି।

Share