ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍‌ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି। ଏହି ନିଷ୍ପତ୍ତିର କାରଣ ଦର୍ଶାଇ କମ୍ପାନୀ କହିଛି ଯେ, ହ୍ବାଟ୍ସଆପ୍‌ ବ୍ୟବହାରର ନିୟମ ଉଲ୍ଲଂଘନ କରୁଥିବା ଆକାଉଣ୍ଟଗୁଡ଼ିକୁ ଭାରତରେ ବନ୍ଦ କରିଦିଆଯାଇଛି।

କାହିଁକି ଆକାଉଣ୍ଟଗୁଡ଼ିକୁ ବ୍ୟାନ କଲା ମେଟା?
ରିପୋର୍ଟ ଅନୁଯାୟୀ, କମ୍ପାନୀ ୧.୪ ମିଲିୟନରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି ଯାହା ବିଷୟରେ କୌଣସି ବ୍ୟବହାରକାରୀ ଅଭିଯୋଗ ମଧ୍ୟ କରି ନଥିଲେ। ଆପଣଙ୍କୁ କହି ରଖୁଛୁ ଯେ, ଭାରତରେ ହ୍ବାଟ୍ସଆପର ୫୦୦ ମିଲିୟନରୁ ୟୁଜର ଅଛନ୍ତି। କମ୍ପାନୀ କହିଛି, AI-ଚାଳିତ ମଡ୍‌ରେସନ ଏବଂ ଉନ୍ନତ ରିପୋର୍ଟିଂ ଉପକରଣରେ ନିବେଶ କରାଯାଉଥିବାରୁ ଭାରତରେ ଏହି ୯ ଲକ୍ଷ ୭୦ ହଜାର ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରାଯାଇପାରେ।

ହ୍ବାଟ୍ସଆପ୍‌ ପକ୍ଷରୁ ସୂଚନା ଦେଇ ଜଣେ ମୁଖପାତ୍ର କହିଛନ୍ତି ଯେ, ହ୍ବାଟ୍ସଆପ୍‌ ବହୁ ବର୍ଷ ଧରି ନିରନ୍ତର ଭାବରେ AI ବା କୃତ୍ରିମ ବୁଦ୍ଧିମତ୍ତା ଉପରେ କାମ କରିଆସୁଛି। ଏହା ସହିତ ଆମର ଡାଟା ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଆମ ପ୍ଲାଟଫର୍ମରେ ସମସ୍ତ ୟୁଜରଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି। ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇଥିବା ଭୁଲ ଜିନିଷଗୁଡ଼ିକୁ ରୋକିବା ପାଇଁ ହ୍ବାଟ୍ସଆପ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ହ୍ବାଟ୍ସଆପ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ
ହ୍ବାଟ୍ସଆପ୍‌ ଆହୁରି କହିଛି ଯେ, ଆଇଟି ନିୟମ ୨୦୨୧ ଅନୁଯାୟୀ, କମ୍ପାନୀ ପ୍ରାୟତଃ ସେହି ଆକାଉଣ୍ଟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାହା ୟୁଜରମାନେ ନିଜେ ରିପୋର୍ଟ କରିଥିଲେ। କମ୍ପାନୀ ଏହା ମଧ୍ୟ କହିଛି ଯେ, ହ୍ବାଟ୍ସଆପ୍‌ରେ ଏକ ସ୍ବୟଂଚାଳିତ ଚିହ୍ନଟ ବ୍ୟବସ୍ଥା ଅଛି, ଯାହା ସନ୍ଦେହଜନକ କାର୍ଯ୍ୟକଳାପକୁ ଚିହ୍ନଟ କରେ।

ହ୍ବାଟ୍ସଆପ୍‌କୁ ମିଳିଥିବା ଅଧିକାଂଶ ଅଭିଯୋଗ ସ୍ପାମିଂ ଏବଂ ତୃତୀୟ ପକ୍ଷ ଆପ୍‌ ସହିତ ଜଡ଼ିତ। ଏହା ବ୍ୟତୀତ ଲୋକମାନେ ଏପରି କିଛି ମାମଲା ମଧ୍ୟ ରିପୋର୍ଟ କରିଥିଲେ ଯେଉଁଠାରେ ସେମାନଙ୍କୁ ସେମାନଙ୍କ ଅନୁମତି ବିନା ବିଭିନ୍ନ ଗ୍ରୁପ୍‌ରେ ଯୋଡ଼ା ଯାଇଥିଲା। ହ୍ବାଟ୍ସଆପ୍‌ ଏହି ସମସ୍ତ ଅଭିଯୋଗର ତଦନ୍ତ କରିଛି ଏବଂ ଏପରି ଭୁଲ୍‌ କାମ କରୁଥିବା ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

ପାଣିରେ ବୁଡ଼ି ଚାଲିଗଲା ଭଉଣୀ, ଭାଇଙ୍କ ଜୀବନ

ସାଲେପୁର,୨୬।୪: କଟକ ଜିଲା ନିଶ୍ଚିନ୍ତକୋଇଲି ରାମକୃଷ୍ଣପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ପୋଖରୀରେ ବୁଡ଼ି ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି।...

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

White Houseରେ ତୁତୁମେମେ ପରେ ପ୍ରଥମ ଥର ଭେଟିଲେ ଟ୍ରମ୍ପ-ଜେଲନସ୍କି, କ’ଣ କଥାହେଲେ ଜାଣନ୍ତୁ…

ଭାଟିକାନ ସିଟି,୨୬।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚିଥିଲେ। ଶନିବାର ଭାଟିକାନ ସିଟିରେ...

ବଜାରକୁ ଆସିଲା Royal Enfieldର ସବୁଠୁ ଶସ୍ତା ବାଇକ୍‌, କ୍ଲାସିକ୍‌ ୩୫୦କୁ ଦେବ ଟକ୍କର  

ନୂଆଦିଲ୍ଲୀ,୨୬।୪: ବାଇକ ଚାଳକଙ୍କ ମଧ୍ୟରେ ଡୁଗ୍‌-ଡୁଗ୍‌ ସାଉଣ୍ଡ ପାଇଁ ଜଣାଶୁଣା କମ୍ପାନୀ ରୟାଲ ଏନଫିଲ୍ଡ ଏହାର ସବୁଠାରୁ ଶସ୍ତା ବାଇକ ଲଞ୍ଚ କରିଛି। ଏହାର ଏକ୍ସ-ସୋରୁମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image