କରୋନାକୁ ନେଇ ସତର୍କ କରାଇଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ତଥାପି କରୋନା ଭୟ ଏଯାଏ ଯାଇନି, ତେଣୁ ସଚେତନ ରହିବା ଆବଶ୍ୟକ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସଚେତନ ନହେଲେ ତୃତୀୟ ଲହର ଆସିପାରେ ବୋଲି ସତର୍କ କରାଇଛନ୍ତି ଡିଏମ୍‌ଇଟି।

ଆମେ ପ୍ରାୟତଃ ଦ୍ୱିତୀୟ ଲହରର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେଣି। କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ। ସତର୍କ ନହେଲେ ଆମେ ତୃତୀୟ ଲହରକୁ ଆମନ୍ତ୍ରଣ କରିବା ବୋଲି ଡିଏମ୍‌ଇଟି କହିଛନ୍ତି।
ସେହିପରି ମହାରାଷ୍ଟ୍ରରେ ଆଉ ଏକ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି। ତେଣୁ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

 

Share