Categories: ଜାତୀୟ

ବିଧାୟକ ହୁଅନ୍ତୁ ଅବା ମନ୍ତ୍ରୀ… ଏଠି ଚା’ ମାଗିଲେ ମିଳେ ଦୁଇଟି ବିସ୍କୁଟ, ବିଲ ଦେବାବେଳେ…

ନୂଆଦିଲ୍ଲୀ,୧୧।୬: ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିଥିବା ଅଧିକାଂଶ ଏମପିଙ୍କୁ ସରକାରୀ ଆବାସ ପାଇବା ପର୍ଯ୍ୟନ୍ତ ଜନପଥର ଓ୍ବେଷ୍ଟର୍ନ କୋର୍ଟରେ ରଖାଯାଇଛି। ନୂତନ ଗୃହ ବଣ୍ଟନ ନହେବା ପର୍ଯ୍ୟନ୍ତ ସମସ୍ତ ନୂତନ ନିର୍ବାଚିତ ଏମପି ଏଠାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ଅନେକ ମନ୍ତ୍ରୀ ମଧ୍ୟ ଏଠାରେ ରହିଛନ୍ତି। କିନ୍ତୁ, ଏହି ଏମପି ଏବଂ ମନ୍ତ୍ରୀଙ୍କ ସମର୍ଥକମାନେ କ୍ୟାଣ୍ଟିନର ରେଟ ଚାର୍ଟକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶେଷକରି ଚା’ ଏବଂ କଫିର ରେଟ ଚାର୍ଟ ବିଷୟରେ ବହୁତ ଆଶ୍ଚର୍ଯ୍ୟ । ଏହି ଲୋକଙ୍କୁ କୁହାଯାଇଛି ଯେ ଯଦି ସେମାନେ କଫି ମାଗନ୍ତି, ତେବେ ଏହା ସହିତ ସେମାନଙ୍କୁ ଦୁଇଟି ଗୁଡ ଡେ ବିସ୍କୁଟ ମଧ୍ୟ ଦିଆଯାଏ । କିନ୍ତୁ, ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଦୁଇଟି ବିସ୍କୁଟର ମୂଲ୍ୟ ୩୦ ଟଙ୍କା ଏବଂ କଫିର ଚାର୍ଜ ୨୦ ଟଙ୍କା ଏବଂ ୫୦ ଟଙ୍କା ବିଲ ଦିଆଯାଏ।

ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ କ୍ୟାଣ୍ଟିନକୁ ଆସୁଥିବା ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି କାଉଣ୍ଟରରେ ପୋଷ୍ଟ ହୋଇଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖାଯାଏ। ଭାଜପା ଟିକେଟରେ ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା କଙ୍ଗନା ରାନାଓ୍ବତଙ୍କ ରାଜନୈତିକ ପରାମର୍ଶଦାତା ମୟଙ୍କ ମଧୁର କହିଛନ୍ତି, ମୁଁ ମୋର ବନ୍ଧୁ ଅନୁଜ ଅଗ୍ରୱାଲଙ୍କ ସହ କ୍ୟାଣ୍ଟିନରେ କଫି ପିଇବାକୁ ଯାଇଥିଲି। ମୁଁ ଦୁଇଟି କଫି ଅର୍ଡର କଲି ଏବଂ କାଉଣ୍ଟରରେ ମ୍ୟାନେଜର ମୋତେ୧୦୦ ଟଙ୍କା ବିଲ ଦେଲେ।
ଏକ କଫି ୫୦ ଟଙ୍କା ହେବ ବୋଲି ଭାବି ମୁଁ ୧୦୦ ଟଙ୍କା ଦେଇଥିଲି। କିନ୍ତୁ, ଯେତେବେଳେ ମୁଁ ସିଟ ଉପରେ ବସିଥିଲି, ସେତେବେଳେ କଫି ସହିତ ଦୁଇଟି ଗୁଡ ଡେ ବିସ୍କୁଟ ପାଇଲି । ମୁଁ ସର୍ଭ କରୁଥିବା ବ୍ୟକ୍ତିଙ୍କୁ କହିଲି, ଭାଇ, ମୁଁ ବିସ୍କୁଟ ମାଗି ନଥିଲି, ତେବେ ତୁମେ ମୋତେ ଦୁଇଟି ବିସ୍କୁଟ କାହିଁକି ଦେଲ? ଏହା ଉପରେ ସର୍ଭ କରୁଥିବା ୱେଟର କହିଥିଲେ ଯେ ସାର୍‌, ଆପଣ ଏହା ପୂର୍ବରୁ କହଥାଆନ୍ତେ। ମୁଁ ଯେତେବେଳେ ଏହି ବିଲ ଦେଖିଲି, ଲେଖା ଥିଲା ଯେ ବିସ୍କୁଟ ସହିତ କଫି ୯୫.୨୪ ଟଙ୍କା ଏବଂ ଜିଏଏଟି ୪.୭୬ ଟଙ୍କା ଥିଲା।

Share