ଯେତେବେଳେ ଜୀବନରେ ଚ୍ୟାଲେଞ୍ଚ ଆସୁଛି ରାହୁଲ ଦ୍ରାଭିଡଙ୍କ ପରି ହୁଅନ୍ତୁ, ରାହୁଲ ଗାନ୍ଧୀଙ୍କ ପରି ନୁହେଁ, ଭାଇରାଲ ହେଉଛି ମେସେଜ

ନୂଆଦିଲ୍ଲୀ,୩୦।୬: ଶନିବାର ରାତିରେ ଅନୁଷ୍ଠିତ ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ ୧୧ ବର୍ଷ ପରେ ପୁଣି ଇତିହାସ ସୃଷ୍ଟି କରିଛି। ଭାରତର ଏହି ବିଜୟକୁ ଦେଶ ତଥା ବିଶ୍ୱର ସବୁଆଡେ ପ୍ରଶଂସା କରାଯାଉଛି। ଏହି ବିଜୟକୁ ନେଇ ବିଭିନ୍ନ ପ୍ରକାରର ମେମ ମଧ୍ୟ ପ୍ରସ୍ତୁତ କରାଯାଉଛି। କ୍ରିକେଟ ବିଶ୍ୱକପରେ ଭାରତର ବିଜୟ ପାଇଁ ଖେଳାଳିଙ୍କୁ ବହୁତ ପ୍ରଶଂସା କରାଯାଉଥିବାବେଳେ କିଛି ଲୋକଙ୍କୁ ମଧ୍ୟ ସମାଲୋଚନା କରାଯାଉଛି। ଭାଜପାର ତେଲଙ୍ଗାନା ୟୁନିଟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟି -୨୦ ବିଶ୍ୱକପ ଜିତିବାର ମୂହୁର୍ତ୍ତ ବାଣ୍ଟିଥିବାବେଳେ ଲେଖିଛି -’ ଯେତେବେଳେ ଜୀବନରେ ଚ୍ୟାଲେଞ୍ଜ ଆସେ, ରାହୁଲ ଗାନ୍ଧୀ ନୁହେଁ ରାହୁଲ ଦ୍ରାବିଡଙ୍କ ପରି ହୁଅ। ’
ଭାଜପା ତେଲଙ୍ଗାନାର ଏହି ବାର୍ତ୍ତା ମଧ୍ୟ ଖୁବ ଶୀଘ୍ର ଭାଇରାଲ ହେଉଛି। ୧୦ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି ଏବଂ ଏହାକୁ ୭ ହଜାରରୁ ଅଧିକ ଥର ରିଟୁଇଟ କରାଯାଇଛି।

Share