ବନ୍ୟା, ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ହେବ ବୋଲି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆସନ୍ତା ମୌସୁମୀ ସମୟରେ ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଶନିବାର ସମସ୍ତ ଜିଲାପାଳଙ୍କୁ ଚିଠି ଦିଆଯାଇଛି। ଓଡ଼ିଶାରେ ମେ’ ଓ ଜୁନ୍‌ରେ ବାତ୍ୟା ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତ ରହିବାକୁ ଜିଲାପାଳଙ୍କୁ କୁହାଯାଇଛି। ଗତ ୮ରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ପ୍ରଶାସନ ସହ ରାଜ୍ୟରେ ଥିବା ଦୁର୍ବଳ ନଦୀବନ୍ଧଗୁଡ଼ିକୁ ଚିହ୍ନଟ କରି ମରାମତି କାର୍ଯ୍ୟ ଏପ୍ରିଲ ୧୬ରୁ ୨୬ ତାରିଖ ମଧ୍ୟରେ କରିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ କ୍ଷେତ୍ରସ୍ତରୀୟ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଜଳ ସମ୍ପଦ ବିଭାଗ ଇଞ୍ଜିନିୟରମାନଙ୍କୁ ସହୟତା ଦେବା ସକାଶେ ଉପଜିଲାପାଳ, ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲାପାଳମାନଙ୍କୁ କୁହାଯାଇଛି।

Share