Categories: ଜାତୀୟ

ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ : ଭାଜପାକର୍ମୀଙ୍କୁ ଶୁଭେନ୍ଦୁଙ୍କ ପରାମର୍ଶ…

କୋଲକାତା,୩।୧୨ : ପଶ୍ଚିମବଙ୍ଗ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ ଭାଜପାକର୍ମୀଙ୍କୁ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ନେଇଛନ୍ତି। ଆସନ୍ତା ୨୦୨୩ ବର୍ଷରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଲାଗି ପ୍ରତି କର୍ମୀ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଡାଇମଣ୍ଡ ହାର୍ବର ନିର୍ବାଚନୀ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭେନ୍ଦୁ ଏଭଳି କହିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ବୈମାତୃକ ମନୋଭାବ ପୋଷଣ କରୁଥିବା ତୃଣମୂଳ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ଶୁଭେନ୍ଦୁ କହିଛନ୍ତି ଯେ, କେନ୍ଦ୍ର ରାଜ୍ୟକୁ ଚଳିତ ମାସରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛି।

ଏହି ଟଙ୍କା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶିକ୍ଷା ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ଖର୍ଚ୍ଚ ପାଇଁ ରାଜ୍ୟକୁ ଆସିଥିତ୍ବା ସେ ସୂଚନା ପ୍ରଦାନ କରିଛନ୍ତି। ମାତ୍ର ଏହି ଅନୁଦାନର ଖର୍ଚ୍ଚ ନେଇ ରାଜ୍ୟ ସରକାର ଉଦାସୀନତା ଦେଖାଉଥିବା ସେ ଅଭିଯୋଗ କରିଛନ୍ତି।

Share