Categories: ଜାତୀୟ

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ, ପଓ୍ବାରଙ୍କ ଚେତାବନୀ…

ମୁମ୍ବାଇ, ୪।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାର ଆଶଙ୍କା ରହିଛି। କାରଣ ବିଦ୍ରୋହୀ ଶିବସେନା ନେତା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିଯିବ। ଏନସିପି ବିଧାୟକ ତଥା ଅନ୍ୟ ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ପାୱାର ଏହା କହିଛନ୍ତି।

ଏହି ବୈଠକରେ ଯୋଗ ଦେଇଥିବା ଜଣେ ଏନସିପି ନେତା ପୱାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମହାରାଷ୍ଟ୍ରରେ ନବ ଗଠିତ ସରକାର ଆସନ୍ତା ୬ମାସ ମଧ୍ୟରେ ଭାଙ୍ଗିଯାଇପାରେ, ତେଣୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ ହେବା ଉଚିତ।

ପୱାର କହିଛନ୍ତି ଯେ ଅନେକ ବିଦ୍ରୋହୀ ବିଧାୟକ ଯେଉଁମାନେ ସିନ୍ଧେଙ୍କୁ ସମର୍ଥନ କରୁଛନ୍ତି ସେମାନେ ବର୍ତ୍ତମାନର ବ୍ୟବସ୍ଥାରେ ଖୁସି ନୁହଁନ୍ତି। ମନ୍ତ୍ରୀମାନଙ୍କୁ ପୋର୍ଟଫୋଲିଓ ବଣ୍ଟନ କରାଯିବା ପରେ ସେମାନଙ୍କର ଅସନ୍ତୋଷ ସାମ୍ନାକୁ ଆସିବ, ଯାହା ଫଳରେ ସରକାରଙ୍କ ପତନ ଘଟିବ। ପୱାର ଏହା ମଧ୍ୟ କହିଛନ୍ତି ଯେ ଏହି ପରୀକ୍ଷଣର ବିଫଳତା ହେବା ପରେ ବିଦ୍ରୋହୀ ବିଧାୟକଙ୍କୁ ସେମାନଙ୍କ ମୂଳ ପାର୍ଟିକୁ ଫେରିବାକୁ ପଡ଼ିପାରେ।

ଏହି ବୈଠକରେ ଯୋଗ ଦେଇଥିବା ଏନସିପି ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ବିତାଇବାକୁ ପଓ୍ବାର କହିଛନ୍ତି। କାରଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଖେଇ ଆସୁଥିବା ସେ ସୂଚିତ କରିଛନ୍ତି।

Share