Categories: ଜାତୀୟ

ଉଚ୍ଛେଦକୁ ବିରୋଧ କରି ଜେଲ୍‌ ଯିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାଲୋଚନା କରିଛନ୍ତି। ଏହା ସ୍ବାଧୀନ ଭାରତରେ ଭାଜପାର ଏକ ବଡ଼ ତାଣ୍ଡବ ବୋଲି ସେ କହିଛନ୍ତି। ଭାଜପାର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଜେଲ୍‌ ଯିବାକୁ ପ୍ରସ୍ତୁତ ରହିବାକୁ ଏଏପି ବିଧାୟକଙ୍କୁ କେଜରିଓ୍ବାଲ ଚେତାବନୀ ଦେଇଛନ୍ତି।

ଏହି ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା ୬୩ଲକ୍ଷ ଲୋକ ବାସହରା ହେବାକୁ ଯାଉଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି କିମ୍ବା ଦିଲ୍ଲୀବାସୀ କେହି ଏହାକୁ ବରଦାସ୍ତ କରିବେ ନାହିଁ। ଭାଜପା କ୍ଷମତାର ଅପବ୍ୟବହାର କରୁଛି। ଭାଜପା ନେତୃତ୍ୱାଧୀନ ପୌରନିଗମ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏଭଳି ଉଚ୍ଛେଦ ଅଭିଯାନର ଆଇନଗତ ଅଧିକାର ଉପରେ କେଜରିଓ୍ବାଲ ପ୍ରଶ୍ନ ଉଠାଇଛନ୍ତି।

Share