୩୦ ଦିନରେ ହେବେ ସ୍ଲିମ୍‌….

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସକାଳେ ଅଧଗ୍ଲାସେ ସ୍କିମଡ୍‌ ମିଲ୍କ ପିଇବା ସ୍ବାସ୍ଥ୍ୟ ଲାଗି ଭଲ ବୋଲି ଚିକିତ୍ସମାନେ ପରାମର୍ଶ ଦେଇଥାନ୍ତି। ଡବଲ ଟୋନ୍‌ ମିଲ୍କ ଅପେକ୍ଷା ସ୍କିମ୍‌ଡ ମିଲ୍କ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ମାସେ ଅଭ୍ୟାସ କରି ସ୍କିମ୍‌ଡ ମିଲ୍କ ପିଇଲେ ଓଜନ କମିବା ଆରମ୍ଭ କରିଥାଏ। ତେଣୁ ଜଣେ ମାତ୍ର ୩୦ ଦିନରେ ଏହାଦ୍ୱାରା ସ୍ଲିମ୍‌ ହୋଇ ପାରିଥାନ୍ତି। ଏକ ଲିଟର ସ୍କିମ୍‌ଡ୍‌ ମିଲ୍କରେ ୦.୫ ଗ୍ରାମ୍‌ରୁ କମ୍‌ ଫ୍ୟାଟ୍‌, କ୍ୟାଲସିୟମ୍‌, ପ୍ରୋଟିନ୍‌, ଫସଫରସ୍‌, ଭିଟାମିନ୍‌-ଡି, ଭିଟାମିନ୍‌-ଏ ଆଦି ରହିଥାଏ। ଅପରପକ୍ଷରେ ଡବଲ ଟୋନ୍‌ ମିଲ୍କରେ ୧.୫ ଫ୍ୟାଟ୍‌ ରହିଥାଏ। ସ୍କିମ୍‌ଡ ମିଲ୍କ୍‌ ଭଳି ଏଥିରେ ଅନ୍ୟ ଉପାଦାନ ମଧ୍ୟ ରହିଥାଏ। ତେବେ ଏଥିରେ ପ୍ରୋଟିନ୍‌ ପରିମାଣ କମ୍‌ ରହିଥାଏ। ମାତ୍ର ଏହାର କ୍ୟାଲୋରୀ ପରିମାଣ ୧୧୪ ରହିଥାଏ। ତେଣୁ ସ୍କିମ୍‌ଡ ମିଲ୍କକୁ ପିଇବା ସ୍ବାସ୍ଥ୍ୟପ୍ରଦ। ଏଥିରୁ କମ୍‌ ଫ୍ୟାଟ୍‌ ମିଳିବା ସହିତ ଅଧିକ ପ୍ରୋଟିନ୍‌ ମିଳେ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।