ନୂଆ ପୋଷାକ କିଣିବା ପରେ ନିଶ୍ଚିନ୍ତ କରନ୍ତୁ ଏହି କାମ…

ଯେତେବେଳେ ବଜାରରୁ ବା ମଲରୁ କିଛି ନୂଆ ପୋଷାକ କିଣୁଛନ୍ତି ତାକୁ ପିନ୍ଧିବା ପୂର୍ବରୁ ପ୍ରଥମେ ଧୋଇନେବା ଉଚିତ୍‌। କାରଣ ଏପରି ନ କଲେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ। ଅନେକ ସମୟରେ ଚର୍ମରେ ରାସାୟନିକ ପ୍ରତିକ୍ରିୟା ମଧ୍ୟ ଦେଖାଦେଇଥାଏ। ଜାଣିବା ଏପରି କାହିଁକି ଘଟେ।
-ପୋଷାକ ପ୍ରାକ୍‌ କରିପା ପୂର୍ବରୁ ଧୂଆ ହୋଇଥାଏ। ମାତ୍ର ଏହା କେବଳ ପୋଷାକର ଲୁକ୍‌ ପାଇଁ ହୋଇଥାଏ।

– ରାସାୟନିକ ପଦାର୍ଥ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ।

-ଶୋ’ ରୁମ୍‌ରେ ଆପଣଙ୍କ ପୂର୍ବରୁ ମଧ୍ୟ ଅନେକ ଲୋକ ଉକ୍ତ ପୋଷାକକୁ ପିନ୍ଧିଥିବେ।

ତେଣୁ କୌଣସି ପ୍ରକାରର ଚର୍ମ ରୋଗରୁ ରକ୍ଷା ପାଇବା ପାଇଁ ନୂଆ ପୋଷାକକୁ ଧୋଇନେବା ଉଚିତ୍‌।