କେବେ ଭାଲୁ ଆଉ ଗଧିଆ ମୁହାଁମୁହିଁ ହେବାର ଦେଖିଛନ୍ତି? ଯଦି ନା ତେବେ ଜଣେ ଓ୍ବାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଏପରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଫଟୋଗ୍ରାଫର ଶେଟ୍ଟ ରୟାଲ କ୍ରଫ୍ଟ୍ ଭାଲୁ ଏବଂ ଗଧିଆର ସାମ୍ନାସାମ୍ନି ହେବା ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଏକ ଭାଲୁ ଏବଂ ଗଧିଆଙ୍କୁ ଏକାସାଥିରେ ଦେଖିବାକୁ ମିଳିଛି। ଭାଲୁ ଆରାମ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏମିତିରେ ଭାଲୁର ଆକାର ତ ବଡ଼। ବିଚରା ଗଧିଆ ବହୁତ ଛୋଟ। ମାତ୍ର ସେ ଭାଲୁକୁ ଭୟ ନ କରି ଅତି ନିକଟରୁ ଚାହିଁ ରହିଛି।
ଦୁଇଜଣ ଖାଦ୍ୟ ଅନ୍ବେଷଣରେ ଥିଲେ। ଗଧିଆ ଖାଇବାରେ ବ୍ୟସ୍ତ ଥିବା ବେଳେ ଭାଲୁଟି ତାକୁ ଚାହିଁ ରହିଥିଲା। ଖାଦ୍ୟ ଖାଇବା ପରେ ଗଧିଆ ତା’ ବାଟରେ ଚାଲିଗଲା। ମାତ୍ର ଭାଲୁ ତା’ର କିଛି କ୍ଷତି କଲାନାହିଁ। ଜଣେ ୟୁଜର ଲେଖିଛନ୍ତି, ମୁଁ ଏମିତି ଫଟୋ କେବେ ଦେଖି ନ ଥିଲି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଏହି ଦୃଶ୍ୟର ଟାଟୁ କରିବି। ବାସ୍ତବରେ ଖୁବ୍ ସୁନ୍ଦର ଦୃଶ୍ୟ।