ପାଟଣା,୬।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସ୍ବାମ ପୁରୁଣା ମୁଣ୍ଡା ସାହିକୁ ରବିବାର ସକାଳୁ ଏକ ବଣୁଆ ଭାଲୁ ପଶି ଆସିଥିଲା। ପରେ ଭାଲୁଟି ଅଗଣାରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଆକ୍ରମଣ କରଥିଲା। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣକ ସ୍ବାମ ମୁଣ୍ଡା ସାହିର ମାର୍କଣ୍ଡ ମୁଣ୍ଡା।
ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ପାଟଣା ପାଟଣା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ବାମ ଜଙ୍ଘର ୩ ଟି ସ୍ଥାନରେ ଗଭୀର ଆଘାତ ଲାଗିଛି। ମହୁଲ ଫୁଲ ଖାଦ୍ୟ ଅନ୍ବେଷଣରେ ଭାଲୁଟି ଜନବସତି ଆଡ଼କୁ ଆସି ଆକ୍ରମଣ କରିଥିଲା। ଗାଁ ଲୋକେ ଭାଲୁକୁ ପାଟି କରି ଘଉଡାଇବାରୁ ଭାଲୁଟି ପାଟଣା ସଂରକ୍ଷିତ ଜଙ୍ଗଲର ସ୍ବାମ ଜଙ୍ଗଲକୁ ପଶି ଯାଇଛି। ଏ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।