କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର ସିଂ (୨୭)।
ଜିତେନ୍ଦ୍ରଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ସେ ଶନିବାର ରାତିରେ ମାଣ୍ଡିଆ ଚାଷ ଜମିକୁ  ଦେଖିବା ପାଇଁ ଯାଉଥିବାବେଳେ ହଠାତ ଭାଲୁ ସହିତ ତାଙ୍କର ମୁହାଁମୁହିଁ ହୋଇଥିଲା। ଭାଲୁଟି ଜେତେନ୍ଦ୍ରଙ୍କୁ ଦେଖି ହଠାତ ଆକ୍ରମଣ କରିଥିଲା।  ଜିତେନ୍ଦ୍ର ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା।  ତାଙ୍କ ବାମ କାନଠାରୁ  ପାଟି ପର୍ଯ୍ୟନ୍ତ ଗଭୀର କ୍ଷତ ଚିହ୍ନ ହୋଇଛି।
ସେହିପରି ତାଙ୍କ ମୁଣ୍ଡ ଓ ଗୋଡ଼ରେ ମଧ୍ୟ କ୍ଷତ ହୋଇଛି। ସ୍ଥାନୀୟ ଗ୍ରାମବାସୀ ଏ ନେଇ କୋରାପୁଟ ବନ ବିଭାଗକୁ ସୂଚନା ଦେଇଥିଲେ। କୋରାପୁଟ ରେଞ୍ଜର ବିକାଶ  କୁମାର ପାତ୍ର ତୁରନ୍ତ ବନବିଭାଗର ଏକ ଟିମକୁ ଘଟଣାସ୍ଥଳ ପଠାଇ ଗୁରୁତର ଜିତେନ୍ଦ୍ରଙ୍କୁ କୋରାପୁଟ ମେଡିକାଲକୁ ପଠାଇଥିଲେ।  ବତ୍ତର୍ର୍ମାନ ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା  ଜଣାପଡ଼ିଛି। ସରକାରଙ୍କ ଯାହା କ୍ଷତିପୂରଣ ରହିଛି ତାହା ତାଙ୍କୁ ପ୍ରଦାନ ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଯାଉଛି ବୋଲି କୋରାପୁଟ ରେଞ୍ଜର ବିକାଶ କୁମାର ପାତ୍ର ପ୍ରକାଶ କରିଛନ୍ତି। ଅପରପକ୍ଷେ କୋରାପୁଟ ସଦର ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛନ୍ତି।