Advertisement

ଜନବସତିରେ ପଶିଲା ଭାଲୁ: ଲୋକେ ଛାନିଆ

କୋକସରା,୯।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗ୍ରାମରେ ଏକ ଭାଲୁ ଜନବସତି ମଧ୍ୟରେ ବୁଲୁଥିବା ଦେଖିବାକୁ ମିଳୁଛି। ଭାଲୁଟି ଗାଁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ପ୍ରତଦିନ ଚାଲି ଆସି କେତେବେଳେ ରାସ୍ତା ଉପରେ ତ’ କେତେବେଳେ ଘର ନିକଟକୁ ଚାଲି ଆସୁଥିବା ସ୍ଥାନୀୟ ଲୋକେ ଅଭଯୋଗ କରିଛନ୍ତି।

ଏନେଇ ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଭାଲୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଭାଲୁ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏନେଇ ବନ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share