ବାରହା ଫାଶରେ ଭାଲୁ

ଖଲ୍ଲିକୋଟ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟ ପଞ୍ଚାୟତର ପାରିନୁଆ ଗାଁ ଜଙ୍ଗଲରେ ଏକ ଭାଲୁ ବାରହା ଫାଶରେ ଫଶି ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସକାଳୁ ବିଲକୁ ଯିବାପରେ ସେଠାରେ ଭାଲୁକୁ ଦେଖିଥିଲେ। ଏ ନେଇ ସ୍ଥାନୀୟ ଲୋକ ବନ ବିଭାଗକୁ ଜଣାଇବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ପରେ ଭାଲୁକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଭାଲୁକୁ ଏକ ଜନ୍ତାରେ ରଖାଯାଇ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Share