ଗାଁକୁ ପଶି ଆସି କୂଅରେ ପଡିଥିଲା ଭାଲୁ, ହେଲା ଉଦ୍ଧାର

କେନ୍ଦୁଝର,୧।୭(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ନେଳୁଙ୍ଗ ଗ୍ରାମ ଆମୁଆ ପଶି ସାହିରେ ଶୁକ୍ରବାର କୂଅରେ ପଡ଼ିଥିବା ଏକ ଭାଲୁକୁ ଉଦ୍ଧାର କରାଯାଇଛି। ଭାଲୁଟି କୂଅରେ ପଡ଼ିଥିବା ଖବରପାଇ ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଥିଲେ। ପ୍ରଥମେ କୂଅରୁ ପାଣି ବାହାର କରି ଏକ ସିଡ଼ି ପକା ଯାଇଥିଲା। ଭାଲୁ ସିଡିରେ ଚଢ଼ି ବାହାରକୁ ଆସିବା ପରେ ପାଖ ସଂରକ୍ଷିତ ଜଙ୍ଗଲକୁ ପଳାଇଥିଲା। ଏ ନେଇ ପୂର୍ବରୁ ଆଖପାଖ ଅଞ୍ଚଳରେ ଡାକ ବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଇ ଘରୁ ନ ବାହାରିବାକୁ କୁହାଯାଇଥିଲା। ଏସିଏଫ୍‌ ଅଶୋକ ଦାସ, ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ପ୍ରମୁଖ ଉଦ୍ଧାର କାର୍ଯ୍ୟ ବେଳେ ଉପସ୍ଥିତ ଥିଲେ।

Share