ରାତିରେ ବୁଲୁଛି ଭାଲୁ, ଆତଙ୍କିତ ଲୋକେ

ଭବାନୀପାଟଣା,୨।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହର ନିକଟିସ୍ତ କଶାକେନ୍ଦୁ ଅଞ୍ଚଳରେ ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ୍‌ କରିଛନ୍ତି। ନିକଟ ଜଙ୍ଗଲରୁ ଗୋଟିଏ ଭାଲୁ ଆସି ଅଞ୍ଚଳରେ ବୁଲୁଛି। ଖବରପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଘଉଡାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ରାତି ତମାମ ଭାଲୁକୁ ଘୋଉଡାଇବା ପାଇଁ ବନ ବିଭାଗ କସରତ କରିଥିବାବେଳେ, ଖାଦ୍ୟ ଅନ୍ବେଷଣରେ ଭାଲୁଟି ସହର ମଧ୍ୟକୁ ଆସିଥିବା ବନ ବିଭାଗ ସୂଚନା ଦେଇଛି । ସହରରେ ଭାଲୁ ବୁଲିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ସ୍ବତନ୍ତ୍ର ଟିମ ଦ୍ବାରା ଭାଲୁକୁ କାବୁ କରିବାପାଇଁ ପ୍ରକ୍ରିୟା ଜାରି ରହିଛି।

Share