୪ ଗୁଣ ବଢ଼ିଲା ବିଟ୍‌ କଏନ ଟ୍ରେଡ୍‌

ନୂଆଦିଲ୍ଲୀ: ଭର୍ଚୁଆଲ କରେନ୍ସି ବିଟ୍‌ କଏନ କାରବାର ଭାରତରେ ଏବେ ଲଗାତର ବଢୁଛି। ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଟ୍‌ କଏନରେ ଦେଢ଼ ଶହ କୋଟି ଡଲାର ନିବେଶ କରିବା ନେଇ ଘୋଷଣା କରିବା ପରେ ଭାରତୀୟ କ୍ରିପ୍ଟୋକରେନ୍ସି ନିବେଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିଭଳି କ୍ରିପ୍ଟୋକରେନ୍ସି ପେମେଣ୍ଟର ଏକ ବିକଳ୍ପ ଭାବେ ଏହି କମ୍ପାନୀ ଗ୍ରହଣ କରିବ ବୋଲି ଶୁଣାଯାଉଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଏବଂ ଟ୍ରେଡିଂ ପ୍ଲାଟ୍‌ଫର୍ମଗୁଡିକରେ ଜମା କରିବା ନେଇ ଲୋକଙ୍କ ଅନୁରୋଧ ୪ ଗୁଣା ବଢ଼ିଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି।
ଏହି ପରିପ୍ରେକ୍ଷୀରେ ମୁମ୍ବାଇଭିତ୍ତିକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପ୍ଲାଟ୍‌ଫର୍ମ ଓ୍ବାଜିର ଏକ୍ସର ପ୍ରତିଷ୍ଠାତା ନିଶ୍ଚଳ ସେଟ୍ଟୀ କହିଛନ୍ତି, ଟେସ୍‌ଲାର ଘୋଷଣା ପରେ ଟ୍ରାଞ୍ଜାକଶନ ପ୍ରାୟ ୩୦୦% ବଢ଼ିଥିବା ଦେଖିବାକୁ ପାଉଛୁ। ପ୍ରତି ମିନିଟରେ ଜମା କରିବା ନେଇ ରିକ୍ୱେଷ୍ଟ ବା ଅନୁରୋଧ ବଢ଼ିଚାଲିଛି। କିଛି ସମୟ ବିଳମ୍ବ ହେଲେ ମଧ୍ୟ ଲୋକଙ୍କ ଜମାକୁ କ୍ରେଡିଟ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେ ପୁଣି କହିଛନ୍ତି, କ୍ରିପ୍ଟୋକରେନ୍ସି ବିଲ୍‌ରେ ଯଦି ସରକାର ଘରୋଇ କ୍ରିପ୍ଟୋକରେନ୍ସି ଟ୍ରେଡରଙ୍କ ଉପରେ କଟକଣା ଲଗାନ୍ତି ତେବେ ସଙ୍ଗଠିତ କ୍ଷେତ୍ରର ସଂସ୍ଥାଗୁଡ଼ିକ ପ୍ରଭାବିତ ହେବେ। ବେଆଇନ ଭାବେ ଲୋକମାନେ ଏହି ଭର୍ଚୁଆଲ କରେନ୍ସିରେ ନିବେଶ ଏବଂ କାରବାର କରିବେ।
ବାଙ୍ଗାଲୋର ଭିତ୍ତିକ କଏନ ସ୍ବିଚ୍‌ କୁବେରର ମୁଖ୍ୟ ବାଣିଜ୍ୟ ଅଧିକାରୀ ସରନ ନାୟାର କହିଛନ୍ତି, ଟେସ୍‌ଲାର ଘୋଷଣା ପରେ ଦୈନିକ ନେଣଦେଣ ଭଲ୍ୟୁମ ବଢ଼ିଛି। ସେହିଭଳି ଭୌଲ୍‌ଦର ସିଇଓ ଦର୍ଶନ ବଥିଜା କହିଛନ୍ତି, ଆମ ପ୍ଲାଟ୍‌ଫର୍ମରେ ନେଣଦେଣ ପରିମାଣ ୨ ଗୁଣ ବଢ଼ିଛି। ଟ୍ରେଡିଂ ଭଲ୍ୟୁମ ମଧ୍ୟ ୨ ଗୁଣ ବଢିଛି। ନୂଆ ୟୁଜରଙ୍କ କ୍ଷେତ୍ରରେ ୬୦% ବୃଦ୍ଧି, ରିଟର୍ନି ୟୁଜର ୨୦% ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ନିୟୁତ ଡଲାର ନେଣଦେଣ ହୋଇଛି। ଏହା ପୂର୍ବରୁ ଦୈନିକ ୪ରୁ ୫ ନିୟୁତ ଡଲାର ରହିଥିଲା। ସେହିଭଳି ପୂର୍ବରୁ ୧୬ କୋଟି ଜମା ହେଉଥିବା ବେଳେ ବର୍ତ୍ତମାନ ଦୈନିକ ୩୦ କୋଟିକୁ ବଢିଛି। ଅନ୍ତର୍ଜାତୀୟ ବଜାରରେ କ୍ରିପ୍ଟୋକରେନ୍ସି ଏବଂ ବିଟ୍‌ କଏନ ଲାଗି ଏକ ସକାରାତ୍ମକ ନୀତି ଆଣୁଥିବା ବେଳେ ଭାରତ ଏହାର ବିପରୀତ ନୀତି ସହ ଯାଉଥିବା ସେ ମତ ରଖିଛନ୍ତି। ୟୁନିକର୍ନର ସିିଇସି ସାତ୍ୱିକ ବିଶ୍ୱନାଥ କହିଛନ୍ତି, ବୁଧବାର ସକାଳୁ ଆମ ପ୍ଲାଟ୍‌ଫର୍ମରେ ୪ ହଜାର ନୂଆ ନିବେଶକ ଟ୍ରେଡିଂ କରୁଥିବା ଦେଖିବାକୁ ପାଉଛୁ। ଏହା ପୂର୍ବରୁ ଦୈନିକ ୫୦୦ରୁ ୬୦୦ ମଧ୍ୟରେ ରହୁଥିଲା। ପୂର୍ବରୁ ୩ରୁ ୪ ଦିନରେ ୪.୫ କୋଟି କାରବାର ହେଉଥିବା ବେଳେ ଏହା ବୁଧବାର ସକାଳୁ କିଛି ଘଣ୍ଟାରେ ୫ କୋଟି ଛୁଇଁଛି। ଏହା ୧୦ କୋଟି ଛୁଇଁପାରେ। ସରକାର ହୁଏତ ଗୋଟିଏ ଏଜେନ୍ସିକୁ ଏହି କ୍ରିପ୍ଟୋକରେନ୍ସି ପରିଚାଳନା ଲାଗି ଅନୁମତି ଦେଇପାରନ୍ତି ବୋଲି ବିଶ୍ୱନାଥ ଆଶଙ୍କା କରିଛନ୍ତି।

କେମିତି କ୍ରିପ୍ଟୋକରେନ୍ସି କିଣୁଛନ୍ତି ଭାରତୀୟ
– ଓ୍ବାଜିର ଏକ୍ସ ଏବଂ କଏନ ସ୍ବିଚ୍‌ କୁବେର ଭଳି ସ୍ଥାନୀୟ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜରେ ଆକାଉଣ୍ଟ ଖୋଲିବା ସହ ନିବେଶ କରିହେବ।
– କଓ୍ବୋଇସି ସମ୍ପୂର୍ଣ୍ଣ ହେବା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରି କିଣିବାକୁ ହୁଏ।
– ସମାନ ପ୍ଲାଟ୍‌ଫର୍ମ ବ୍ୟବହାର ଦ୍ୱାରା ଆସେଟ ବିକ୍ରି, ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଉଠାଣ।


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri